ମିଶନ ଶକ୍ତି ବିହନ ବିକ୍ରୟ କେନ୍ଦ୍ର

ଟିଟିଲାଗଡ଼ : ସରକାରୀ ସ୍ତରରେ ମିଶନ ଶକ୍ତି ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ଅନେକ ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ଟିଟିଲାଗଡ ବ୍ଲକ ଖୋଲାନ ଗ୍ରାମ ପଂଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମର ମାଁ ଖୁଦୁରୁକୁଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ବିହନ ବିକ୍ରୟ ସହ ଚାଷ ଓ ଚାଷୀଙ୍କ ଉନ୍ନତି ଆଗେଇ ଆସିବା ଆଲୋଚନାର ବିଷୟ ହୋଇଛି। ବୁଧବାର ବହୁ ଅଧିକାରୀଙ୍କ ଗହଣରେ ବିହନ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମିଶନ ଶକ୍ତି ସଂଯୋଜିକା ଜ୍ଞାନଦା ମହାନନ୍ଦ, ବ୍ଲକ ପ୍ରୋଗ୍ରାମ ସଂଯୋଜକ ପିତାମ୍ବର ବାଗ, ବିପିଏସି ହୃଦାନନ୍ଦ ମାଝୀ, ଖୋଲାନ ମଣ୍ଡଲ ଅଧିକାରୀ ଚଂଚଲା ମାଝୀ, ଟିଟିଲାଗଡ ସିଡିପିଓ ମୃଣ୍ମୟୀ ଭୋଇ, ସହକାରି କୃଷି ଅଧିକାରୀ ଭାସ୍ୱତି ଆଚାର୍ଯ୍ୟ ତଥା ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ଠାରୁ କେନ୍ଦ୍ରରେ ବିହନ ବିକ୍ରୟ ଆରମ୍ଭ ହୋଇଛି।

Comments are closed.