ଭାତୃଭାବ ବଜାୟ ରଖିବାକୁ ଉପଜିଲ୍ଲାପାଳଙ୍କ ନିବେଦନ

ଟିଟିଲାଗଡ଼: ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପରସ୍ପର ମଧ୍ୟରେ ଭାତୃଭାବ ତଥା ସଂହତି ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକଙ୍କ ସମେତ ସମସ୍ତ କରୋନା ଯୋଦ୍ଧା ବୁଷ୍ଟର ଟିକା ନେବା ନିଶ୍ଚିତ କରିବାକୁ କହିଥିଲେ। ପରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟ, ପରିମଳ ତଥା ପୁଲିସ ବିଭାଗ ଅଧିକାରୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ, ଅତିରିକ୍ତ ତହସିଲଦାର କର୍ଣ ମଲ୍ଲିକ, ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ତଥା ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.