ରାଜ୍ୟ ସ୍ତରୀୟ ଜୁଡୋ ଉଦଯାପିତ, କିଟ-କିସ କ୍ୟାଡେଟ ଚମ୍ପିୟାନ

ଟିଟିଲାଗଡ଼: ଭାରତୀୟ ଜୁଡୋ ଫେଡେରେସନ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ଅନୁବନ୍ଧିତ ରାଜ୍ୟ ଜୁଡୋ ଏସୋସିଏସନ ପକ୍ଷରୁ ଟିଟିଲାଗଡ ଠାରେ ଚାଲିଥିବା ତ୍ରୀଦିବସୀୟ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ସ୍ଥାନୀୟ ମହାବୀର ଧର୍ମଶାଳା ପରିସରରେ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟଅତିଥି ଭାବରେ ଉପସ୍ଥିତ ଥିଲେ। ରାଜ୍ୟ କ୍ରୀଡା ବିଭାଗ ସିଇଓ ଗୀତାଞ୍ଜଳି ପଣ୍ଡା, ସବିତା ନନ୍ଦ, ବଲାଙ୍ଗିର ଜିଲା ଜୁଡୋ ଏସୋସିଏସନ ସଭାପତି ଗୋବିନ୍ଦ ପ୍ରସାଦ ଜୈନ, ସମ୍ପାଦକ ଦେବେନ୍ଦ୍ର ଜୈନ, ଉପଦେଷ୍ଟା ପ୍ରେମ ଜୈନ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଯୁଗ୍ମ ସମ୍ପାଦକ ଜ୍ୟୋତିପ୍ରକାଶ ପୁରୋହିତ, କୋଷାଧ୍ୟକ୍ଷ କେଦାର କବାଟ, କାର୍ଯ୍ୟକାରୀ କମିଟି ସଦସ୍ୟ ଜି ମଧୁ ଦାଶ, ହେମନ୍ତ ଦର୍ଜି, ଜିତେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ରାଜ୍ୟର ୨୨ଟି ଜିଲାରୁ ଉଭୟ ବାଳକ ଏବଂ ବାଳିକା ବରିଷ୍ଠ ଏବଂ କନିଷ୍ଠ ବର୍ଗରେ ୩୭୫ ଜଣ ଭାଗ ନେଇଥିଲେ। କ୍ୟାଡେଟ ବାଳକ ଏବଂ ବାଳିକା ବର୍ଗରେ ୮ ଜଣ ଲେଖାଏଁ ସ୍ୱର୍ଣ୍ଣ ପଦକ ତଥା ବରିଷ୍ଠ ଏବଂ କନିଷ୍ଠ ବାଳକ ଓ ବାଳିକା ବିଭାଗରେ ୭ ଜଣ ଲେଖାଏଁ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି।

 

ପ୍ରତିଯୋଗିତାରେ ମୋଟ ୪୪ ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ପ୍ରତିଯୋଗିତାରେ ସିନିୟର ବିଭାଗରେ ଭୁବନେଶ୍ୱର ଚମ୍ପିୟାନ ତଥା ସମ୍ବଲପୁର ରନର୍ସ ଅପ ହୋଇଛି। କ୍ୟାଡେଟରେ କିଟ/କିସ ଚମ୍ପିୟାନ ବିବେଚିତ ହୋଇଛି। କ୍ୟାଡେଟ ୧୫ରୁ ୧୮ ବର୍ଷ ବାଳକ ବିଭିନ୍ନ କେଜି ବର୍ଗରେ ସୁକ୍ରା କିର୍ଷାନୀ, ଜିତେନ୍ଦ୍ର ବେହେରା, ମହେଶ୍ୱର ମଣ୍ଡଲ, ଶଙ୍କର ମାଝୀ, ଚନ୍ଦନ ଚରଣ ଦାଶ, ଆଦିତ୍ୟ ଷଡଙ୍ଗୀ, ପିୟୁଷ ପଣ୍ଡା, ଅମୀୟ ରଞ୍ଜନ ପ୍ରିୟଦର୍ଶନୀ ତଥା କ୍ୟାଡେଟ ବାଳିକା ୧୫ରୁ ୧୮ ବର୍ଷ ବିଭିନ୍ନ କେଜି ବର୍ଗରେ ଗାୟତ୍ରୀ ଶବର, ଆଶାରାହିଲ କିଶ୍ପୋଟା, ସୁଲେନ୍ଦ୍ରୀ ଚଲାନ, ଆରତି ଦଳାଇ, ଦୁଲି ମୁର୍ମୁ, ଜି ବଂଶିକା, ପୂଜା ନାୟକ, ବନ୍ଦନା ମାଝୀ ପ୍ରମୁଖ ସ୍ୱର୍ଣ୍ଣ ପଦକ ଲାଭ ସହ ସ୍ୱର୍ଣ୍ଣ ପଦକ ଲାଭ ସହ ଜାତୀୟ ସ୍ତରରେ ଖେଳିବା ସୁଯୋଗ ଲାଭ କରିଛନ୍ତି। ବିଭିନ୍ନ ଦିବସରେ ଗୁରୁକୃପା ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ, କ୍ରୀଡାବିତ ଦିଲୀପ ବାଗ, ହିଫଜୁଲ ରେହମାନ, ସନ୍ତୋଷ ମେହେର, ସନ୍ତୋଷ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଲିଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗ ସାହୁ, ମନୋହର ବାଗ, ମନୀଷ ଦାଶ, ଚିନ୍ମୟ ଖର୍ସେଲ, ଯଶୋବନ୍ତ ମାଝୀ, ଅନୀଲ କବାଟ, କୁନୁ ବନଛୋର, ଶଙ୍କର ମୁଣ୍ଡା, ସଞ୍ଜିବ ବହିଦାର, ବୈସୁତ କବାଟ, ବୈଷ୍ଣବ କବାଟ ପ୍ରମୁଖ ସହଯୋଗ କରିଥିଲେ।

Comments are closed.