ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣରେ ଜଣେ ଗୁରୁତର

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର ବାଗ (୪୦) ଅଚାନକ ଠେଙ୍ଗାରେ ଆକ୍ରମଣ କରିଥିଲା ।  ଏହା ଦେଖି ଗ୍ରାମବାସୀ ବୃଦ୍ଧାଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିବା ବେଳେ ବୃଦ୍ଧଙ୍କ ପୁଅ ହେମାଞ୍ଚନଙ୍କୁ ଆକ୍ରମଣ କରିଥିଲା । ହେମାଞ୍ଚନଙ୍କ ମୁଣ୍ଡର ଆଗ ଏବଂ ପଛ ପଟରେ ଶକ୍ତ ଆଘାତ ଲାଗି ମୁଣ୍ଡ ଫାଟିଛି । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ରଞ୍ଜନ ବରିହା କହିଛନ୍ତି ।

 

 

Comments are closed.