Deprecated: class-oembed.php is deprecated since version 5.3.0! Use wp-includes/class-wp-oembed.php instead. in /var/www/vhosts/samajalive.in/httpdocs/wp-includes/functions.php on line 4903

ରାସନ ସାମଗ୍ରୀ ଦାବିରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌର ପରିଷଦର ଶତାଧିକ ନିରାଶ୍ରୟ ପରିବାର ଶୁକ୍ରବାର ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଲକ୍‌ଡାଉନ ସମୟରେ ସମସ୍ତ କର୍ମନିଯୁକ୍ତି ବନ୍ଦ ହୋଇଯାଇଛି। ନିରାଶ୍ରୟ ଲୋକମାନେ ଭୋକ ଉପାସରେ ରହିଛନ୍ତି। ତେଣୁ ଏହି ପରିବାରଗୁଡ଼ିକୁ ରାସନ ସାମଗ୍ରୀ ଯୋଗାଇଦେବା ଦାବିରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବହୁ ସଂଖ୍ୟାରେ ମହିଳା ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନିଜର ଦାବି ଉପସ୍ଥାପନ କରି କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।