ଚାଷୀଙ୍କ ସମସ୍ୟା ନେଇ ଶଙ୍ଖ ଫୁଙ୍କିଲା ବିଜେପି

ଟିଟିଲାଗଡ଼: ଘାତକ କରୋନା ଭଳି ମହାମାରୀ ସମୟରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିଆସିଥିବା ମଣ୍ଡି ବ୍ୟବସ୍ଥାକୁ ସରକାର ହତାଦର କରୁଥିବା ଅଭିଯୋଗ କରି ଶୁକ୍ରବାର ବିଜେପି ପକ୍ଷରୁ ଶଙ୍ଖନାଦ ସହ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ବିଜେପି ନେତା ଆଜି ଟିଟିଲାଗଡ ଥାନା ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ କୁନା ଭାଟି, ସାଂସଦ ପ୍ରତିନିଧି କୁନା ଭାଟି, ସାଂସଦ ପ୍ରତିନିଧି ସୁନିଲ ଆଚାର୍ଯ୍ୟ, ସୁନ୍ଦରଲାଲ ଶର୍ମା, ମିଡିଆ ପ୍ରଭାରୀ ଆଲୋକ ନାୟକ, ଉପସଭାପତି ଲିଙ୍ଗରାଜ ନାୟକ, ରାଜେଶ ଅଗ୍ରୱାଲ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂ ସିଂ, ଅଶୋକ ମିଶ୍ର, ରିତୁରାଜ ତାଣ୍ଡି, ପ୍ରଶାନ୍ତ ମହାନ୍ତି, ରାଜୁ ରାଓ, ଅସପାଲ ଅଲ୍ଲୀ ପ୍ରମୁଖ ଧାରଣାରେ ବସିଛନ୍ତି। ଚାଷୀଙ୍କ ଧାନ କ୍ରୟ ନହେବା ପର୍ଯ୍ୟନ୍ତ ଥାନାରେ ଆମେ ବସି ରହିବୁ ବୋଲି ବଜେପି ସଭାପତି ଶ୍ରୀ ଷଡଙ୍ଗୀ କହିଛନ୍ତି। ରିପୋର୍ଟ ଲେଖା ଯିବା ପର୍ଯନ୍ତ ଥାନାରେ ଧାରଣା ଜାରି ରହିଛି।

Comments are closed.