ଟିଟିଲାଗଡ ପ୍ରଶାସନ ଓ ସଫେଇ କର୍ମଚାରୀ ମୁହାଁମୁହିଁ

ଟିଟିଲାଗଡ଼: ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ସଫେଇ କାର୍ଯ୍ୟ ନେଇ ଠିକା ସଂସ୍ଥା ନିଯୁକ୍ତିକୁ ପୂର୍ବରୁ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କ ତିବ୍ର ପ୍ରତିବାଦ। ଆଜି ଠାରୁ ସଫେଇ କାର୍ଯ୍ୟ ନେଇ ନିଯୁକ୍ତ ସଂସ୍ଥା କାର୍ଯ୍ୟ ଆରମ୍ଭ କରିବା ସମୟରେ ପ୍ରାୟ ୧୦୦ ଜଣ ଛଟେଇ ଅସ୍ଥାୟୀ କର୍ମଚାରୀ ବିରୋଧ କରିଛନ୍ତି। ଏହାକୁ ନେଇ ପୁଲିସ ପ୍ରଶାସନ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ଆଜି ସକାଳୁ ଛକା ପଞ୍ଝା ଜାରି ରହିଛି। ପୂର୍ବ ପରି ସହରର ସଫେଇ କାର୍ଯ୍ୟ ଜାରି ରଖିବା ସହ ଠିକା ସଂସ୍ଥାକୁ ତଡିବା ଦାବିରେ ସ୍ଥାନୀୟ ପୌର ପାର୍କ ସମ୍ମୁଖରେ କର୍ମଚାରୀଙ୍କ ଧାରଣା ଦେଇଛନ୍ତି। ଭରପ୍ରାପ୍ତ ମାଜିଷ୍ଟ୍ରେଟ କର୍ଣ୍ଣ ମଲ୍ଲିକ, ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା, ଏସଆଇ ସାବିତ୍ରୀ ଖାକାଙ୍କ ସମେତ ବ୍ୟାପକ ପୁଲିସ ମୁତୟନ ରହିଛନ୍ତି।

Comments are closed.