ପାନୀୟ ଜଳ ସମସ୍ୟା ନେଇ ଟିଟିଲାଗଡ ବଲାଙ୍ଗୀର ରାସ୍ତାରୋକ

ଟିଟିଲାଗଡ: ଟିଟିଲାଗଡ ସହରର ୧ ନମ୍ୱର୍ ୱାର୍ଡ଼ ରେ ପାନୀୟ ଜଳ ସମସ୍ୟା ନେଇ ଟିଟିଲାଗଡ ବଲାଙ୍ଗୀର ରାସ୍ତାରୋକ। ପଡ଼ାବାସିଙ୍କ ଅଭିଯୋଗ ଯେ ୬ କିମ୍ୱା ୭ ଦିନରେ ଥରେ ପଦାବାସିଙ୍କୁ ପାନୀୟ ଜଳ ଯୋଗାଣ ହେଉଛି। ତାହା ପୁଣି ମାତ୍ର କିଛି ମିନିଟ ପରେ ବିଦ୍ୟୁତ୍ କାଟ୍ ନେଇ ବନ୍ଦ ହୋଇଯାଇଛି। ଏସମ୍ପର୍କରେ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ନେଇ ଆଜି ମଧ୍ୟାହ୍ନରୁ ପଦାର ମହିଳା ଟିଟିଲାଗଡ ବଲାଙ୍ଗୀର ମୂଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ଅପରାହ୍ନ ୪ ଟା ପର୍ୟ୍ୟନ୍ତ କେହି ମଧ୍ୟ ସରକାରୀ ଅଧିକାରୀ ଘଟଣା ସ୍ଥଳରେ ପହଁଚି ନଥିବା ନେଇ ଉତେଜନା ପ୍ରକାଶ ପାଇଛି।

Comments are closed.