ଟିଟିଲାଗଡ଼ରେ ୪ ଦିନରେ ୮୩ ସଂକ୍ରମିତ

କରୋନା ପରୀକ୍ଷା କେନ୍ଦ୍ରରେ ଲମ୍ବା ଲାଇନ

ଟିଟିଲାଗଡ଼: ଟିଟିଲାଗଡ ପୌରାଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ହେବାର ନାଁ ନେଉନାହିଁ। ଘରେ ଘରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ କରୋନା ପରୀକ୍ଷା କେନ୍ଦ୍ର ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ସକାଳ ୬ଟାରୁ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଗୁରୁବାର ପରୀକ୍ଷା ପରେ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଦିନରେ ୮୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ଅପରପକ୍ଷରେ ବ୍ଲକର ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୫ ଜଣଙ୍କ ପରୀକ୍ଷା ପରେ ଗ୍ରାମାଞ୍ଚଳର ଏପର୍ଯ୍ୟନ୍ତ ସବୁଠୁ କମ ୭ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଜଣେ ଟିଟିଲାଗଡ ପୌରାଞ୍ଚଳର କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି।

 

ବ୍ଲକ ଅଞ୍ଚଳରେ ୨୫୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୬୩ଜଣ ସକ୍ରିୟ ରହିଥିବା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡ.ମୀନକେତନ କିଷାନ କହିଛନ୍ତି। ଏନେଇ ଲୋକେ ସଚେତନ ହେଲେ ଖୁବ ଶୀଘ୍ର ଆମେ ଶୂନ୍ୟ ସଂକ୍ରମିତ ହୋଇପାରିବା ବୋଲି ଡା. କିଷାନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Comments are closed.