ଟିଟିଲାଗଡରେ ସାଧାରଣତନ୍ତ୍ର ଦିବସ ପାଳିତ

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଳକ ହାଇସ୍କୁଲ ପଡ଼ିଆରେ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ଭାଷଣ ଦେଇ ସେ ସମସ୍ତ ନାଗରିକ ରାଷ୍ଟ୍ର ପ୍ରତି ସମର୍ପିତ ହେବାକୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥି, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ତଥା ସ୍ବାସ୍ଥ୍ୟ ଓ ପୁଲିସ କୋଭିଡ୍ ଯୋଦ୍ଧା ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଉତ୍ସବ ପରିଚାଳନା କରିଥିଲେ।

Comments are closed.