କୋଶଲି ଭାଷା ସୁରକ୍ଷା ସମିତିର ଗାଁକୁ ଚାଲ ଅଭିଯାନ

ଟିଟିଲାଗଡ଼ : ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଚାଲ ଅଭିଯାନ ପରିପ୍ରେକ୍ଷୀରେ ପିପଲପଦ ଗ୍ରାମ ଠାରେ ଭାଷା ସୁରକ୍ଷା ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭିକାରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶିଷ୍ଟ ଅତିଥି ଭାବରେ କୋଶଲି ସାଂସ୍କୃତିକ ମହାଜୋଟ, ଟିଟିଲାଗଡର ସମ୍ପାଦକ ଟିକେଲାଲ ବେହେରା, ଆଲୋଚକ ଅଧ୍ୟାପକ ଦିଲିପ ପଶାୟ. ଭାଷା ଗବେଷକ ଚତୁର୍ଭୁଜ ସାଆନ୍ତ, କବି ପୁଲସ୍ତି ବେହେରା ପ୍ରମୁଖ ଯୋଗଦେଇ ମାତୃଭାଷା କୋଶଲିର ସୁରକ୍ଷା ତଥା ବିଦ୍ୟାଳୟର ପାଠ୍ୟକ୍ରମରେ ଏହାର ଉପଯୋଗ ପାଇଁ ମତ ଉପସ୍ଥାପନ କରିଥିଲେ। ପୋଥି, ପୁରାଣ, ପାଣିନିଜ୍ଞ ବ୍ୟାକରଣ ଆଦି ଗ୍ରନ୍ଥରେ କୋଶଲି ଭାଷାର ଉଲ୍ଲେଖ ରହିଛି। ଏନେଇ ଭାଷା ସୁରକ୍ଷା ପାଇଁ ଗ୍ରାମାଞ୍ଚଳରୁ ସହର ସମସ୍ତ କୋଶଲିବାସୀ ଏକଜୁଟ ହେବାକୁ ବକ୍ତାଗଣ ଆହ୍ୱାନ ଦେଇଥିଲେ। ସଭାର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପାଦକ ନିଲମଣୀ ସାହୁଙ୍କ ପରିଚାଲନରେ ପାରମ୍ପରିକ କୋଶଲି କବିତା ପାଠୋତ୍ସବ ହୋଇଥିଲା। କବି ଚୈତନ୍ୟ ଭୋଇ, ରାଜ ନାଗ, ନରସିଂହ ସାହୁ, ବିନାୟକ ପ୍ରଧାନୀ, ସରୋଜ ପ୍ରଧାନୀ, ଭଗବାନ ନାଗ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ସହ ସମ୍ପାଦକ ନରସିଂହ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦିପାନ୍ତି ହରପାଲ, ଜୟ ହରପାଲ, ଯଶନ ନାଗ, ଭାଗ୍ୟବନ୍ତ ଭରାସାଗର, ସଞ୍ଜୟ କୁମାର, ନରସିଂହ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.