ଟିଟିଲାଗଡ଼ରେ ବ୍ଲକସ୍ତରୀୟ ଲୋକଉତ୍ସବ ପ୍ରସ୍ତୁତି

ଟିଟିଲାଗଡ଼ : ଆସନ୍ତା ୮ ତାରିଖରେ ଟିଟିଲାଗଡରେ ବ୍ଲକସ୍ତରୀୟ ଲୋକଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲକ କଳା ସାଂସ୍କୃତିକ ସଭା ସଭାପତି ତଥା ବିଡିଓ ମୋତିଲାଲ ସୁଲିଆଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ସାଂସ୍କୃତିକ ସଭା ଉପସଭାପତି ଶାନ୍ତନୁ ସାହୁ, ଏବିଡିଓ ମହେନ୍ଦ୍ର ପ୍ରଧାନୀ, ସହକାରି ନିର୍ବାହି ଯନ୍ତ୍ରୀ ନରେଶ ପ୍ରସାଦ ସିହ୍ନା, ସହକାରି ଯନ୍ତ୍ରୀ ନବିନ ଅଗସ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ଥାନୀୟ ଅଂଚଳର ଲୋକକଳାକୁ ପ୍ରଦର୍ଶନ ନେଇ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସରେ ବ୍ଲକ ଅଂଚଳର ସାଧାରଣ ଜନତା ତଥା ନିର୍ବାଚିତ ପ୍ରତିନିଧି ସହଯୋଗ କରିବାକୁ ବୈଠକରେ ବିଡିଓ ଶ୍ରୀ ସୁଲିଆ ଅନୁରୋଧ କରିଥିଲେ। ବ୍ଲକ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ବରିଷ୍ଠ କିରାଣୀ ଗୋପାଲ ଦାସ, ବିଏସଏସଓ ସୁମନ କଲ୍ୟାଣ ରଣା, ପ୍ରଗତି ସହାୟକ ପଦ୍ମନାଭ ନାଏକ, ସରପଂଚ ସଂଘ ବ୍ଲକ ସଭାପତି ବିରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଦୟାରାମ ଅଗ୍ରୱାଲ, ରାମାନନ୍ଦ ବାଗ, ଅନନ୍ତ କିଶୋର ସାହୁ, ନବକିଶୋର ନାୟକ, ଅଲିତା ସାହୁ, କ୍ରିଷ୍ଣା ବାଗ, ହରି ମାଝୀ, ସୁଦାମ ମାଝୀ, ପୁର୍ବତନ ଜିଲା ପରିଷଦ ସଭ୍ୟ ସଞ୍ଜିବ ସାହୁ, ସମିତି ସଭ୍ୟ ଟଙ୍କଧର ବଗର୍ତି, କଦମ ଠେଲା, ଦୁବଲ କଟା, ଯନ୍ତ୍ରୀ ଅନନ୍ତ ପ୍ରସାଦ ବିଡିକା, ବିଭୁତି ଭୁଷଣ ନାୟକ, ଦେବେନ୍ଦ୍ର ମେହେର ଇଓ ରାଜେଶ ଭାତ୍ରା, ଲୋକନାଥ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.