ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟକୁ ନେଇ ଉତ୍ତେଜନା

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ଥାନା ବେଲଗାଁରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଯୁବକଙ୍କ ମୃତଦେହକୁ ବେଲଗାଁ ଫାଣ୍ଡିରେ ଗ୍ରାମବାସୀ ରଖି ପ୍ରତିବାଦ କରୁଥିବା ଜଣାପଡ଼ିଛି।

ସୂଚନା ଯେ, ଗତକାଲି ସନ୍ଧ୍ୟାରେ ବେଲଗାଁ ଫାଣ୍ଡିର ଜଣେ କନଷ୍ଟେବଳ ହେମନ୍ତ ସାହୁଙ୍କ ସହ ବେଲଗାର ବୈଷ୍ଣବ ଭୋଇ ନାମକ ଜଣେ ଯୁବକ ତୁଷୁରା ପଟକୁ ଯାଇ ଫେରୁଥିଲେ। ରାସ୍ତାରେ ଉଳଭା ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ବୈଷ୍ଣବଙ୍କ ପରଲୋକ ହୋଇଥିଲା। ତେବେ ବାଇକ୍ ଚାଳକ ହେମନ୍ତ ଫେରାର ଥିବା ବେଳେ ପୁଲିସ ନୀରବ ରହିବା କାରଣରୁ ସ୍ଥାନୀୟଲୋକେ ପ୍ରତିବାଦରେ ଆନ୍ଦୋଳନ ଜାରି ରଖିଛନ୍ତି। ଫାଣ୍ଡିରେ ଟିଟିଲାଗଡ ଏସଡିପିଏ ସୁରେନ୍ଦ୍ରନାଥ ଶତପଥୀ, ସଇଁତଳା ତହସିଲଦାର ସୁମନ୍ କିଶୋର ଦୁଙ୍ଗ ଦୁଙ୍ଗ୍ ଉପସ୍ଥିତ ଅଛନ୍ତି।

Comments are closed.