କୃଷି ବୀମା ଦାବିରେ ଚାଷୀଙ୍କ ବିକ୍ଷୋଭ

ଟିଟିଲାଗଡ଼: ଚାଷୀଙ୍କୁ ୨୦୨୧ ଫସଲ ବୀମା ଦାବିରେ ଜିଲା କୃଷକ ମହାସଂଘର ଆହ୍ୱାନ କ୍ରମେ ଟିଟିଲାଗଡ଼ରେ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l କୃଷକ ସଂଘ ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ ଚେତାବନୀ ପରିପ୍ରେକ୍ଷୀରେ ଶତାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଟିଟିଲାଗଡ଼ ରେଳ ଜଙ୍କସନରେ ପହଞ୍ଚିଥିଲେ l ରେଳ ଷ୍ଟେସନରେ ବ୍ୟାପକ ଆରପିଏଫ, ଆଇଆରବି ଏବଂ ସ୍ଥାନୀୟ ପୁଲିସ ବାହିନୀ ଆନ୍ଦୋଳନକାରୀଙ୍କୁ ଷ୍ଟେସନରେ ପଶିବା ଉଦ୍ୟମକୁ ବିରୋଧ କରିଥିଲେ l ଏନେଇ କିଛି ସମୟ ପାଇଁ ପୁଲିସ ସହ ଚାଷୀଙ୍କ ଧସ୍ତାଧସ୍ତି ହୋଇଥିଲା l ପରେ ଚାଷୀ ଷ୍ଟେସନ ସମ୍ମୁଖରେ ବସି ଧାରଣା ଆରମ୍ଭ କରିଛନ୍ତି l ଆନ୍ଦୋଳନ ସ୍ଥଳରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ପ୍ରେମଲାଲ ହିଆଲ, ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଟିଟିଲାଗଡ଼ ଥାନା ଆଇଆଇସି ରଞ୍ଜନ ବରିହା, ଆରପିଏଫ ଆଇଆଇସି ଧର୍ମେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି l

Comments are closed.