ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଫଳ ଓ ମିଷ୍ଠାନ ବଣ୍ଟନ

ଟିଟିଲାଗଡ଼: ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଟିଟିଲାଗଡ଼ ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ନରସିଂ ସିଂଙ୍କ ନେତୃତ୍ୱରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ସହ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପବିତ୍ର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆସିଶ ସାହୁ, ଆଦିବାସୀ ମୋର୍ଚ୍ଚା ସଭାପତି ଅଶୋକ ଭାଇ, ଲୁଥୁରବନ୍ଦ ମଣ୍ଡଳ ପ୍ରଭାରୀ ବିପିନ ଠାକୁର, ଶାଗଡ଼ଘାଟ ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ସାହୁ,ସୋହେଲ ଖାନ, ରିତେଶ ଦର୍ଜୀ, ପ୍ରକାଶ ସାହୁ, ସୁଧାଂଶୁ ସାହୁ, ସଂଗ୍ରାମ କେଶରୀ ସାହୁ  ପ୍ରମୁଖ ସାମିଲ ଥିଲେ ।

Comments are closed.