ଟାଇଟାନ୍‍-ଏସବିଆଇ ବୁଝାମଣା

ମୁମ୍ବଇ : କୋଭିଡ ସଂକ୍ରମଣ ସମୟରେ ନୂତନ ସ୍ୱାଭାବିକତା ପରିସ୍ଥିତିରେ ରିଟେଲ ବ୍ୟବସାୟକୁ ସୁରକ୍ଷିତ କରିବାର ଆବଶ୍ୟକତା ଯଥେଷ୍ଟ ବୃଦ୍ଧିପାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ୫ମ ସର୍ବବୃହତ ଘଣ୍ଟା ବ୍ରାଣ୍ଡ୍‍ ଟାଇଟାନ କମ୍ପାନୀ ଲିମିଟେଡ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟବ୍ୟାଙ୍କ ସହିତ ଏକ ରାଜିନାମା କରିଛି। ଏହାଦ୍ୱାରା ଗ୍ରାହକମାନେ କଣ୍ଟାକ୍ଟଲେସ୍‍ ବ୍ୟବସ୍ଥାରେ ଟାଇଟାନ ଘଣ୍ଟା କ୍ରୟ କରିବାର ସୁବିଧା ପାଇପାରିବେ। ଏହି ସୁବିଧା ଏସବିଆଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨ନିୟୁତରୁ ଅଧିକ କଣ୍ଟାକ୍ଟଲେସ ମାଷ୍ଟରକାର୍ଡ ଏନେବଲ୍‍ଡ ପଏଣ୍ଟ ଅଫ ସେଲ୍‍ସ ମେସିନ (ପିଓଏସ୍‍)ରେ ଉପଲବ୍ଧ ହେବ। ଏଥିରେ ଟାଇଟାନ୍‍ ଘଣ୍ଟା କିଣିଲେ ଗ୍ରାହକମାନେ ପିନ୍‍ ଏଣ୍ଟର ନକରି ମଧ୍ୟ ୨ହଜାର ଟଙ୍କା ପଯ୍ୟଁନ୍ତ ଦେୟ ପୈଠ କରିପାରିବେ।

Comments are closed.