ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ କଥା

ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରଖିବା ଶୁଭ ହୋଇଥାଏ ବୋଲି କୁହଯାଏ। ହେଲେ ଘରେ ଗଜାନନଙ୍କ ମୂର୍ତ୍ତି ରଖିବାକୁ ନେଇ କିଛି ନିୟମ ଅଛି। ନିୟମ ପ୍ରତି ଧ୍ୟାନ ଦେଇ ପ୍ରଭୁଙ୍କ ମୂର୍ତ୍ତି ରଖିବା ଦ୍ବାରା ଭଗବାନ ପ୍ରସନ୍ନ ହେବା ସହ ଶୁଭ ଫଳ ମିଳିଥାଏ। ମୂର୍ତ୍ତି ରଖିବାକୁ ନେଇ କିଛି ତ୍ରୁଟି ରହିଲେ, ତାହା ଆମକୁ ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ-

୧- ଠାକୁର ଘରେ ଶ୍ରୀ ଗଣେଶଙ୍କର କେବଳ ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକାଧିକ ଗଣେଶ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି କ୍ରୋଧିତ ହୋଇଥାଆନ୍ତି ବୋଲି କୁହାଯାଏ।
୨- ଯେଉଁ ମୂର୍ତ୍ତିରେ ଗଣେଶଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢଳି ରହିଥିବ, ସେହି ମୂର୍ତ୍ତିକୁ ହିଁ ଘରେ ରଖନ୍ତୁ।
୩- ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ, ବସିଥିବା ମୁଦ୍ରାର ମୂର୍ତ୍ତିକୁ ରଖନ୍ତୁ। ଅଫିସ୍ରେ ଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଏ।
୪- ଘରର ଦକ୍ଷିଣ ପାର୍ଶ୍ୱରେ କେବେ ହେଲେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ସିଡ଼ି କିମ୍ବା ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ଧନକ୍ଷୟ ହୋଇଥାଏ।
୫- ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ କିମ୍ୱା ଉତ୍ତର ପାର୍ଶ୍ୱରେ ରହିଥାଏ, ତେବେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ କିମ୍ୱା ଫଟୋ ଲଗାନ୍ତୁ।

Comments are closed.