ଜାଣି ରଖନ୍ତୁ ପ୍ରାତଃ ସମୟର କିଛି ଉତ୍ତମ ଅଭ୍ୟାସ

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ। କିନ୍ତୁ ସକାଳୁ ଖାଲି ପେଟରେ ଏପରି କିଛି କାର୍ୟ୍ୟ କରନ୍ତୁ ନାହିଁ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ସେହି ସମ୍ପର୍କରେ ..

ବ୍ୟାୟାମ : ସକାଳୁ ଉଠି ବ୍ୟାୟାମ କରିବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହା ଶରୀର ପାଇଁ ଲାଭଦାୟକ ମଧ୍ୟ ଅଟେ। କିନ୍ତୁ ସମ୍ପୁର୍ଣ୍ଣ ଖାଲି ପେଟରେ ବ୍ୟାୟାମ କରିବା ଅନୁଚିତ। ତେଣୁ ହାଲୁକା ଖାଦ୍ୟ ଖାଇ ବ୍ୟାୟାମ କରନ୍ତୁ। ଆପଣ ବ୍ୟାୟାମ କରିବା ଦ୍ବାରା ଶରୀରରେ ଥିବା ଗ୍ଲାଇକୋଜନ ବ୍ୟବହାର ହୋଇଥାଏ। ସେହି ଗ୍ଲାଇକୋଜନ ଖାଦ୍ୟରୁ ମିଳିଥାଏ। ସଠିକ ଭାବେ ଖାଦ୍ୟ ନ ଖାଇବା ଦ୍ବାରା ଶରୀରରେ ଗ୍ଲାଇକୋଜନର ଅଭାବ ଦେଖା ଦେଇଥାଏ। ଏହାର ଅଭାବରେ ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ।

ଦୂର ସ୍ଥାନକୁ ଯାତ୍ରା :ଯଦି ଆପଣ ଭୋଜନ ନ କରି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ଶରୀରକୁ ଅନେକ କ୍ଷତି ହୋଇଥାଏ। ଗ୍ୟାସ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ମସଲା ଯୁକ୍ତ ଖାଦ୍ୟର ସେବନ : ସକାଳୁ ଖାଲି ପେଟରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଖାଲି ପେଟରେ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏସିଡ ହୋଇଯାଏ। ଏହାଦ୍ବାରା ବାନ୍ତି ମଧ୍ୟ ହୋଇଥାଏ।

ଚା :ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ, ସକାଳୁ ଉଠି ଚା ପିଇବା। କିନ୍ତୁ ସକାଳୁ ଉଠି ଚା ପିଇବା ଦ୍ବାରା ଗ୍ୟାଷ୍ଟିକ ଏସିଡର ଉତ୍ପାଦନ କମ ହୋଇଥାଏ। ଯାହା ଫଳରେ ପେଟରେ ଥିବା ଏସିଡ କମ ହୋଇଯାଏ।

 

Comments are closed.