ଖିର ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତିଦିନ ଖିର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ବୋଲି ସଭିଏଁ ଜାଣନ୍ତି। ଏଥିରେ ବହୁ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି। ଏହାସହ ଖିରରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ କରିବାରେ ବେଶ ସହାୟକ ହୋଇଥାଏ।ମାତ୍ର କେତେକ ବ୍ୟକ୍ତିଙ୍କର ଖିର ପିଇବା ଦ୍ୱାରା ଗ୍ୟାସଟିକ ଓ ଅନ୍ୟ କେତେକ ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ……
– ଯେଉଁମାନଙ୍କର ଗ୍ୟାସଟିକ ଭଳି ସମସ୍ୟା ରହିଛି, ସେମାନେ ଖିରକୁ ଫୁଟାଇବା ପରେ ଏହାକୁ ଭଲ ଭାବେ ଥଣ୍ଡା କରି ପିଇବା ଉଚିତ।
– ଖିରରେ ହଳଦୀ ପକାଇ ପିଇଲେ ଏହା ଶୀଘ୍ର ହଜମ ହୋଇଥାଏ।ଏହାସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
– ଖିରରେ ଅଳ୍ପ କିଛି ପରିମାଣରେ ଅଦା କୋରି ପକାଇ ଏହାକୁ ପିଇବା ମଧ୍ୟ ଉପକାରୀ ଅଟେ।
– ଖିରରେ ଲବଙ୍ଗ, ଗୁଜୁରାତି , ଡ଼ାଲଚିନି କିମ୍ବା କେସର ପକାଇ ପିଇବା ଦ୍ୱାରା ଏହା ପେଟ ପାଇଁ ଖୁବ ଉପକାରୀ।

Comments are closed.