ଗୃହିଣୀଙ୍କ ପାଇଁ ସହଜ ଓ ଆବଶ୍ୟକୀୟ ଟିପ୍ସ

ଘରର ସବୁ ଜିନିଷକୁ ସୁରକ୍ଷିତ ରଖିବା ତଥା ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଘରର ଗୃହିଣୀମାନେ ସର୍ବଦା ଚିନ୍ତିତ ଥାଆନ୍ତି। ଏଥିପାଇଁ ସେମାନେ ଟିକିଏ ବି ବିଶ୍ରାମ ନ ନେଇ ସର୍ବଦା କାମରେ ଲାଗି ଥାଆନ୍ତି। ହେଲେ ଆଜି ଆମେ ଗୃହିଣୀମାନଙ୍କ ପାଇଁ କିଛି ବିଶେଷ ତଥା ସହଜ ଟିପ୍ସ ବିଷୟରେ କହିବୁ, ଯାହା ସେମାନଙ୍କ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ।

୧. ପରିବାକୁ ସିଜାଇବା ପରେ ପାଣିକୁ ଫିଙ୍ଗନ୍ତୁ ନାହିଁ। କାରଣ ଏହି ପାଣିରେ ବହୁତ ମାତ୍ରାରେ ଭିଟାମିନ-ବି ଏବଂ ଭିଟାମିନ-ସି ରହିଥାଏ।

୨. ପେପର୍ ନାପକିନକୁ ଏକ ଡବାରେ ପୁରାଇ ସବୁବେଳେ ରୋଷେଇ ଘରେ ରଖନ୍ତୁ।

୩. ଲେମ୍ବୁକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ସେଥିରେ ନଡ଼ିଆ ତେଲ ଲଗାଇ ଫ୍ରିଜରେ ରଖନ୍ତୁ।

୪. ରୋଷେଇ ଘର ଥାକରେ କିଛି ପଡ଼ିଗଲେ ତାହାକୁ ତୁରନ୍ତ ସଫା କରିଦିଅନ୍ତୁ।

୫. ଓ୍ଵାସ ମେସିନ ତଥା ଟବରେ ଜଙ୍ଗ୍ ଦାଗ ଛଡାଇବା ପାଇଁ ସେଥିରେ ଲୁଣ ସହିତ ତାରପିନ ତେଲ ମିଶାଇ ଘଷନ୍ତୁ।

୬. ଥର୍ମୋଫ୍ଲାକ୍ସରେ ଚା’ କିମ୍ବା କଫି ଦାଗ ଛଡାଇବା ପାଇଁ ସେଥିରେ ଅଣ୍ଡା ଚୋପାକୁ ଚୁରା କରି ପକାନ୍ତୁ ଏବଂ ସେଥିରେ ଗରମ ପାଣି ମିଶାନ୍ତୁ। ଏବେ ଏହାକୁ ଭଲକରି ହଲାଇ ପରେ ଧୋଇ ଦିଅନ୍ତୁ।

୭. ଡାଲିକୁ ଯଦି ଅଙ୍କୁରିତ କରି ଖାଆନ୍ତି ତେବେ ସେଥିରେ ଭିଟାମିନ୍‌-ସିର ମାତ୍ରା ଅଧିକ ବଢ଼ିଯାଇଥାଏ।

Comments are closed.