ଦଶହରାରେ କରନ୍ତୁ ଏହି ୫ଟି ଉପାୟ : ପ୍ରାପ୍ତି ହେବ ସଫଳତା

ଆଜି ୨୫ ଅକ୍ଟୋବର ଦଶହରା। ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ହୋଇଥିବାରୁ ଏହାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଆଶ୍ୱିନମାସ ଶୁକ୍ଳପକ୍ଷର ଦଶମୀ ତିଥିରେ ଏହା ପାଳନ କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଦଶହରା ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ବିଜୟ ପ୍ରାପ୍ତ କରିଥିଲେ। ସେହିପରି ଶକ୍ତିସ୍ୱରୂପିଣୀ ଜଗତଜନନୀ ମା’ଦୁର୍ଗା ଏହି ଦିନ ମହିଷାସୁରର ସଂହାର କରି ସମସ୍ତ ଦେବତାଙ୍କୁ ରକ୍ଷା କରିଥିଲେ। ତେଣୁ ଏହି ପର୍ବକୁ ବିଜୟା ଦଶମୀ ବୋଲି କୁହାଯାଏ। ଏହିଦିନ ଏହି ୫ଟି ଉପାୟ କରିବା ଦ୍ୱାରା ସଫଳତା ଓ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ….
୧- ବିଜୟା ଦଶମୀ ଦିନ ଘରର ଐଶାନ୍ୟ କୋଣରେ ଚନ୍ଦନ, କୁଙ୍କୁମ ଓ ପୁଷ୍ପ ଆଦିରେ ସଜାନ୍ତୁ। ଦେବୀଙ୍କୁ ପ୍ରଣାମ ଜଣାନ୍ତୁ। ଏହାପରେ ଶମି ବୃକ୍ଷକୁ ପୂଜା କରି ସେଠାରୁ ସାମାନ୍ୟ ମାଟି ଆଣି ନିଜ ଘରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଅଟକି ରହିଥିବା କାମରେ ସଫଳତା ମିଳିଥାଏ।
୨- ଯଦି ଆପଣଙ୍କ ଆଇନ ଜନିତ କୌଣସି କାର୍ଯ୍ୟ ଅଟକି ରହିଥାଏ, ତେବେ ଦଶହରା ଦିନ ଶମି ବୃକ୍ଷର ପୂଜା କରନ୍ତୁ। ସନ୍ଧ୍ୟା ସମୟରେ ଏହି ବୃକ୍ଷ ତଳେ ଦୀପ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିବ।
୩- ଭଗବାନ ହନୁମାନଙ୍କୁ ସଙ୍କଟମୋଚନ କୁହାଯାଏ। ଆପଣ କୌଣସି ସଙ୍କଟର ଅନୁଭବ କରୁଥିଲେ ଦଶହରା ଦିନ ସକାଳେ ଗୁଡ଼ ଓ ଚଣା ଓ ସନ୍ଧ୍ୟାରେ ହନୁମାନଙ୍କ ନିକଟରେ ଲଡ଼ୁ ଭୋଗ କରି ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଆପଣଙ୍କ ସଙ୍କଟ ଦୂର ହେବ।
୪- ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଦଶହରା ଦିନ ମା’ଶକ୍ତିସ୍ୱରୂପିଣୀଙ୍କର ପୂଜା କରନ୍ତୁ। ମା’ଙ୍କୁ ୧୦ଟି ଫଳ ଅର୍ପଣ କରି ଅଦସହାୟଙ୍କୁ ଦାନ କରନ୍ତୁ। ଏହି ଉପାୟ ଦଶହରା ଦିନ ଦ୍ୱିପ୍ରହର ସମୟରେ କରନ୍ତୁ।
୫- ମା’ଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ ଓ ପ୍ରାର୍ଥନା କରନ୍ତୁ। ସମସ୍ତ ବାଧାବିଘ୍ନ ଦୂର ହେବ।

 

Comments are closed.