ତୁମୁଡିବନ୍ଧରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ତୁମୁଡିବନ୍ଧ :  କନ୍ଧମାଳ ଜିଲା ସମଗ୍ର ଶିକ୍ଷା ତରଫରୁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସକାଳୁ ସକାଳୁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ରାମପୁର ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସ୍ତରରେ ପାଠପଢୁଥିବା ପିଲାମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସଚେତନତା ବାର୍ତା ପ୍ରଦାନ କରିଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ବିଶ୍ୱାଳ, ତୁମୁଡିବନ୍ଧ ସି ଆର ସି ସି ପ୍ରଭାତ କୁମାର ସାହୁ, ଗେର୍ମେଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଜେନା, ଉଷାବାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦଶରଥ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ କିଛି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ସାମାଜିକ ଓ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତୁମୁଡିବନ୍ଧ ବିଇଓ ଉଦ୍ଧବ ଚରଣ ନାୟକ ସଭାପତିତ୍ୱ କରିଥିଲେ। ଉକ୍ତ ସଭାରେ ସିଆରସିସି କୁମର ପରାସେଟ, ଅମୀୟ କୁମାର ବେହେରା, ଜଗନ୍ନାଥ ପାତ୍ର, ସୁବୋଧ ପରାସେଟ, ଶ୍ରୁଷ୍ଟିଧର ସାମଲ, ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଶରତ ଚନ୍ଦ୍ର ମାଝୀ, ଶିକ୍ଷକ ସୁକାନ୍ତ କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ଶିଖାରାଣୀ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ହିସାବ ରାକ୍ଷକ ସୁଭେନ୍ଦୁ ଶେଖର ନାୟକ, ଡ଼ିଇଓ ସତ୍ୟବ୍ରତ ମଣ୍ଡଳ ବିଚାରକ ଦାୟିତ୍ୱ ତୁଲାଇଥିଲେ। ତୁମୁଡିବନ୍ଧ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁବଳ ସାହୁ ଓ ବିବେକାନନ୍ଦ ସାହୁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Comments are closed.