ବଜାରକୁ ଆସିଲା ଟିକଟକ କମ୍ପାନୀ ବାଇଟ ଡ୍ୟାନ୍ସର ପ୍ରଥମ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ: ଟିକଟକ କମ୍ପାନୀ  ବାଇଟ ଡ୍ୟାନ୍ସ ତାର ପ୍ରଥମ ସ୍ମାର୍ଟ ଫୋନ ‘ ସ୍ମାର୍ଟିସାନ ଜିଆଙ୍ଗୋ ପ୍ରୋ-୩’ ବା ( ନୁଟ ପ୍ରୋ-୩) ଶନିବାର ବଜାର ପ୍ରବେଶ କରିଛି । ଏଥିରେ ଟିକଟକ୍ ପାଇଁ ଏକ ସର୍ଟକର୍ଟ ଫିଚର ଦିଆଯାଇଛି।  ନୁଟ ପ୍ରୋ-୩ ବର୍ତ୍ତମାନ ପାଇଁ ଚୀନରେ ଲଞ୍ଚ କରାଯାଇଛି । ନୁଟ ପ୍ରୋ-୩ ତାର ୩ଟି ମୋବାଇଲ ବଜାରକୁ ଛାଡାଛି । ଗୋଟିଏ ମୋବାଇଲର ମୁଲ୍ୟ୨,୮୯୯ ୟୁଆନ ଥିବାବେଳେ ଭାରତ ମୁଦ୍ରା ଏହା ୨୯୦୦୦ ଟଙ୍କା ରହିଛି । ଏଥିରେ ୮ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଦିଆଯାଇଛି।  ଏହା ସହ  ୮ଜିବା ରାମ ସହ ୨୫୬ ଜିବା ଷ୍ଟୋରେଜ ବିଶିଷ୍ଟ ଫୋନର ମୁଲ୍ୟ ୩,୧୯୯ ୟୁଆନ ଥିବାବେଳେ ଭାରତୀୟ ବଜାରର ମୁଲ୍ୟ ଏହା  ୩୨୦୦ ୦ ଟଙ୍କା  ।  ସେହିପରି ୧୨ ଜିବି ରାମ ୨୫୬ ଜିବା ଷ୍ଟୋରେଜ ଫୋନର ମୁଲ୍ୟ ୩,୫୯୯ ୟୁଆନ ଥିବାବେଳେ ଭାରତୀୟ ବଜାରର ମୁଲ୍ୟ ୩୬,୦୦୦ ଟଙ୍କା ରହିଛି। ଭାରତରେ ଏହି ଫୋନ ଲଞ୍ଚ ହେବା ନେଇ ବର୍ତ୍ତମାନସୁଦ୍ଧା କୌଣସି ସୂଚନା ମିଳିନାହିଁ । ଏହି ଫୋନଟି ୬.୩୯ ଇଞ୍ଚର  ଫୁଲ ଏଚଡି ଡିସପ୍ଲେ ସହ  ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇଛି। ଏହି ଫୋନରେ ୪ଟି କ୍ୟାମେରା ଦିଆଯାଇଛୁ । ଏଥିରେ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସେଲ ଥିବାବେଳେ , ଦ୍ବିତୀୟ କ୍ୟାମେରା ୧୩ ମେଗାପିକ୍ସେଲ, ତୃତୀୟ କ୍ୟାମେରା ୮ ମେଗାପିକ୍ସେଲ ଥିବାବେଳେ ଚତୁର୍ଥ କ୍ୟାମେରା ୫ ମେଗାପିକ୍ସେଲ ଦିଆଯାଇଛି। ସେଲଫି ପାଇଁ ୨୦ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।  ଏହା ସହ ନୁଟ ପ୍ରୋ-୩ ରେ ୪୦୦୦ ଏମେଏଚର ବ୍ୟାଟେରୀ  ସହ ୧୮ ଓ୍ବାଟ ଫାଷ୍ଟ ଚାର୍ଜଂ ସୁବିଧା ଦିଆଯାଇଛି।

Comments are closed.