ଆଇସୋଲେସନ ୱାର୍ଡରୁ ଟିକ୍‍ଟକ୍‍ ଭିଡିଓ ଭାଇରାଲ

ଝାରସୁଗୁଡା : ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଜଣେ ଯୁବକ ଟିକ୍‍ଟକ୍‍ ଭିଡିଓ କରିଛନ୍ତି। ଏଠାରେ ଥିବା ବେଡରେ ଶୋଇ ସେ ଭିଡିଓ ତିଆରି କରିଛନ୍ତି। ଭିଡିଓରେ ସେ ଖାଇବେନି କହୁଥିବାବେଳେ ମଦ ପିଇବା ପାଇଁ ଖୁସିରେ ଉଠୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ବର୍ତ୍ତମାନ ଭାଇରଲ ହେବା ସହ ଜିଲ୍ଲାରେ ଲୋକଙ୍କ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

ଏହି ଟିକ୍‍ଟକ୍‍ ଭିଡିଓ ତିଆରି କରିଥିବା ଯୁବକ ଜଣକ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଣ୍ଡ୍ରିଂ କାମ କରିବା ପାଇଁ ଏକ ଠିକା ସଂସ୍ଥାରେ ନିୟୋଜିତ ଦିନେଶ କାକ୍‍ ବୋଲି ଜଣାପଡିଛି। ତେବେ ଭିଡିଓଟି ଭାଇରାଲ ହେବା ପରେ କୋଭିଡ-୧୯ର ଏହି ଭୟାଭୟ ପରିସ୍ଥିତିରେ ଆଇସୋଲେସନ ଗୃହରେ ଥିବା ଶଯ୍ୟାରେ ଶୋଇ ଭିଡିଓ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବିମାନେ ନିନ୍ଦା କରିଛନ୍ତି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକଙ୍କୁ ଏ ବିଷୟରେ ପଚାରିବାରୁ କହିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.