ବନ୍ଦେ ଭାରତ ମିଶନ୍‍ ଅଧୀନରେ ବିଦେଶ ଯିବାକୁ ଟିକେଟ ବୁକିଂ କରିବ ଏୟାର୍‍ ଇଣ୍ଡିଆ

ସମାଜ ପୋର୍ଟାଲ ଡେସ୍କ: ବନ୍ଦେ ଭାରତ ମିଶନ୍‍ ଅଧୀନରେ ଆମେରିକା ଏବଂ କାନାଡ଼ାକୁ ଜୁନ୍‍ ୯ରୁ ୩୦ ତାରିଖ ମଧ୍ୟରେ ଅତିରିକ୍ତ ୭୫ଟି ଉଡ଼ାଣ ପାଇଁ ଏୟାର୍‍ ଇଣ୍ଡିଆ ଆସନ୍ତାକାଲିଠାରୁ ବୁକିଂ ଆରମ୍ଭ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ କହିଛନ୍ତି। ନ୍ୟୁୟର୍କ ସମେତ ନିୟୁୱାର୍କ, ଚିକାଗୋ, ୱାଶିଂଟନ୍‍, ଭାନ୍‍କୋଭର ଏବଂ ଟୋରୋଣ୍ଟୋକୁ ଯିବାକୁ ଚାହୁଁଥିବା ଭାରତୀୟ ତଥା ବିଦେଶୀ ନାଗରିକମାନେ ଏଥିପାଇଁ ଟିକେଟ ବୁକିଂ କରିପାରିବେ।

ଏକାଧିକ ଟ୍ୱିଟ ମାଧ୍ୟମରେ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଯାତ୍ରାଜନିତ ସମସ୍ତ ଆବଶ୍ୟକତାକୁ ପୂରଣ କରୁଛନ୍ତି, ସେମାନେ ଏହି ବିମାନରେ ଯାତ୍ରା କରିପାରିବେ। ଭାରତୀୟମାନଙ୍କୁ ସ୍ଥାନାନ୍ତରିତ କରି ଆଣୁଥିବା କେତେକ ବିଦେଶୀ ଏୟାର୍‍ ଲାଇନ୍‍ସ ମଧ୍ୟ ଏନେଇ ଅଧିକ ବିମାନ ଚଳାଚଳ କରିବାପାଇଁ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ବିଦେଶୀ ନାଗରିକମାନଙ୍କୁ ନେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯେତେବେଳେ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହେବ, ସେତେବେଳେ ସେମାନେ ଯାତ୍ରୀମାନଙ୍କୁ ନେଇପାରିବେ ବୋଲି ସେ କହିଛନ୍ତି।

Comments are closed.