ପାଣିରେ ବୁଡି ନାବାଳକଙ୍କ ମୃତ୍ୟୁ

ଟିକାବାଲି: କନ୍ଧମାଳ ଜିଲା ଅନ୍ତର୍ଗତ ଟିକାବାଲି ଥାନାର ପିକରଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଙ୍ଗାବିଦିଙ୍ଗିଆ ଗ୍ରାମର ନାଗାର୍ଜୁନ ମଲିକଙ୍କ ୬ବର୍ଷର ପୁଅ ପ୍ରବାସ ମଲିକ ପାଣିରେ ବୁଡି ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟ କରୁଥିବା ଠିକାସଂସ୍ଥା ପାଣି କାମରେ ବ୍ୟବହାର କରିବା ନିମନ୍ତେ ଏକ ବହୁତ ବଡ ଗାତ ଖୋଳିଥିଲେ। ସେହି ଗାତରେ ପାଣି ସେଠାରେ ପ୍ରବାସ ବୁଡିଯାଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ସେହି ବାଳକର ମୃତ୍ୟୁ ଖବର ପାଇ ଟିକାବାଲି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲେ। ଏନେଇ ଟିକାବାଲି ପୁଲିସ ଏକ ଅପମୃତ୍ୟୁ ମାମଲା ୦୨/୨୨ ରେ ରୁଜୁ କରି ଅଧିକା ତଦନ୍ତ ଚଳାଇଛି। ଏବଂ ଏହି ମାମଲାର ତଦନ୍ତ ଦାୟିତ୍ବ ଏ.ଏସ୍.ଆଇ ବାସନ୍ତି ବେହେରାଙ୍କୁ ଦିଆଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

Comments are closed.