ବ୍ୟାଟେରୀ ଫାଟି ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର

ତିହିଡି : ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ମହରମପୁର ପଞ୍ଚାୟତ ତରାସୁଣୀ ସାହିରେ ଜଣେ ଛାତ୍ରଙ୍କୁ ବ୍ୟାଟେରୀ ସହ ଖେଳିବା ମହଙ୍ଗା ପଡିଛି। ବ୍ୟାଟେରୀରେ ଖେଳୁଥିବା ସମୟରେ ବିସ୍ଫୋରଣ ଘଟି ଉକ୍ତ ଛାତ୍ରଙ୍କ ବାମ ହାତ ପାପୁଲିର ୩ଟି ଅଙ୍ଗୁଳି ଉଡିଯାଇଥିବା ଜଣାପଡ଼ିଛି। ଛାତ୍ର ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଚତୁର୍ଥ ଶ୍ରେଣୀର ଛାତ୍ର ସୁଲେଖ ସାହୁ।

ସୂଚନା ଅନୁଯାୟୀ, ସୁଲେଖ ରାସ୍ତାରୁ ଏକ ବ୍ୟାଟେରୀ ପାଇଥିଲେ।  ସେ ଏହି ବ୍ୟାଟେରୀରେ ତାର ସଂଯୋଗ କରି ଲିଚୁ ଲାଇଟ ଜଳାଇବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଛାତ୍ର ସୁଲେଖଙ୍କ ବାମ ହାତ ପାପୁଲିରୁ ୩ ଟି ଅଙ୍ଗୁଳି ଉଡିଯାଇଥିବା ବେଳେ ମୁହଁରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.