ଲଗାଣ ବର୍ଷାରେ ଭାଙ୍ଗିଲା ଘର

ତିଗିରିଆ: ଲଗାଣ ବର୍ଷାରେ ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତର ଗୋଡ଼ିସାହିର କୈଳାସ ଜେନାଙ୍କ ଏକ ପୁରୁଣା ଆଜବେଷ୍ଟସ୍‍ ଘର ଭାଙ୍ଗିଯାଇଛି। ଗତ ଦୁଇଦିନ ଧରି ଅଞ୍ଚଳରେ ବର୍ଷାର ପରିମାଣ ବଢ଼଼ିଥିଲା। କୈଳାସଙ୍କର ଦୁଇଟି ପୁରୁଣା ଆଜବେଷ୍ଟସ୍‍ ଘର ମଧ୍ୟରୁ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଗୋଟିଏ ଘର କାନ୍ଥଭାଙ୍ଗି ଭୁସୁଡ଼ି ପଡ଼ିଥିଲା। ଘର ମଧ୍ୟରେ ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୌଭାଗ୍ୟ ବଶତଃ ପରିବାରର ସଦସ୍ୟମାନେ ଉକ୍ତ ଘରଟିରେ ନଥିବାରୁ ସମସ୍ତେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି। କୈଳାସ ଏନେଇ ତିଗିରିଆ ତହସିଲରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଛୁଟି ଯୋଗୁ କୌଣସି କର୍ମଚାରୀ ନଥିବାରୁଫେରି ଆସିଥିବା କହିଛନ୍ତି। କୈଳାସଙ୍କ ପରିବାର ଲୋକେ ଜଣେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଦାବି ହୋଇଛି।

Comments are closed.