ସକାଳ ଜଳଖିଆର ଆବଶ୍ୟକତା

  • ସଂଖ୍ୟାଧିକ ମେଦବହୁଳ ରୋଗୀଙ୍କ ମତାମତ ନିଆଯାଇଥିଲା, ସେମାନଙ୍କ ମଧ୍ୟରୁ ୫୦-୬୦% ଦୈନିକ ସକାଳ ଜଳଖିଆ କରୁନଥିବାର ପ୍ରକାଶ କରିଥିଲେ। ଓଜନ କମ୍ କରିବାକୁ ସେମାନେ ଏହି ପଦକ୍ଷେପ ନେଇଥିଲେ। ହେଲେ ଏହି କାରଣରୁ ଯେ ସେମାନଙ୍କ ଓଜନ ବଢ଼ୁଛି, ସେମାନେ ଅବଗତ ନୁହନ୍ତି। ସକାଳୁ ଉଠିବାର ଅତିବେଶୀରେ ୧୫ ରୁ ୨୦ ମିନିଟ୍ ମଧ୍ୟରେ ହିଁ ଜଳଖିଆ ନେବା ଉଚିତ।

# ପୂରା ଦିନ ସତେଜ ରହିବାକୁ ଚାହୁଁଥିଲେ, ଜଳଖିଆ ଭଲଭାବରେ ଖାଇନିଅନ୍ତୁ। ପରୀକ୍ଷାରୁ ଜଣାପଡ଼ିଛି ଯେ ସକାଳ ଜଳଖିଆ ଖାଉନଥିବା ଲୋକଙ୍କୁ ହିଁ ମଧୁମେହ ଆକ୍ରାନ୍ତର ଆଶଙ୍କା ରହିଥାଏ।

# ସକାଳ ଜଳଖିଆ ମସ୍ତିଷ୍କ ଉତ୍ତମ ପ୍ରଭାବ ପକାଇଥାଏ। ଏଣୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚୁଡ଼ା, ମୁଢ଼ି, ଚା-ରୁଟି ଅବା ଉପମା , ଯାହା କିଛି ବି ପସନ୍ଦ, ତାହା ଖାଇବା ଭଲ।

# ନିୟମିତ ଭାବେ ଜଳଖିଆ କରୁଥିବା ଲୋକଙ୍କୁ ରକ୍ତଚାପ ରୋଗ ହେବାର ଆଶଙ୍କା ଯଥେଷ୍ଟ କମ୍ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
# ପେଟ ଭର୍ତ୍ତି ରହିଲେ ଚିଡ଼ଚିଡ଼ାପଣ ମଧ୍ୟ ଲାଗେନାହିଁ ଓ ମନ ଶାନ୍ତ ରହେ। ଭୋକ ହେଉନଥିବା ଲୋକ ହିଁ ଶୀଘ୍ର ଅବସାଦର ଶିକାର ହୋଇଥାନ୍ତି।

# ଏପରିକି ଜଳଖିଆ ନ ଖାଇଲେ ଯକୃତ ରୋଗ ହେବାର ଆଶଙ୍କା ସର୍ବାଧିକ।
ରାତ୍ରିଭୋଜନ ଓ ସକାଳ ଜଳଖିଆ ମଧ୍ୟରେ ଅତିବେଶୀ ବ୍ୟବଧାନ ରଖିବା ଅନୁଚିତ।

Comments are closed.