ଗୁରୁବାର ରାଶିଫଳ(୨୬/୦୩/୨୦୨୦)

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ମହତ ହେବ। ନୂଆ ବନ୍ଧୁ ଜୁଟିବେ।
ବୃଷ: ଅଧିକ ବ୍ୟୟ ଯୋଗୁଁ ମନସ୍ତାପ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମନ ଚଞ୍ଚଳ ରହିବ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ବନ୍ଧୁ କରଛଡ଼ା ଦେବେ।
ମିଥୁନ: ବହୁ ଶୁଭଯୋଗ ଅଛି। ଆୟ ଆଶାନୁରୂପ ହେବ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିୟୋଜିତ ରହିପାରନ୍ତି। ଦିନଟି ମଧ୍ୟମ ଧରଣର। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ।
କର୍କଟ: ଭାଗ୍ୟକାଶରେ ଥିବା କଳାବାଦଲ ଅପସରିଯିବ। ସୁସମାଚାର ମିଳିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ସିଂହ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ଲାଭ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବା ସହିତ ପୁରସ୍କୃତ ହୋଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଭକ୍ତିଗାଥା ଶୁଣି ଆନନ୍ଦ ଲଭିବେ।
କନ୍ୟା: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। କାର୍ଯ୍ୟ ମନ୍ଥର ଗତିରେ ଚାଲିବ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ଓ ଜଳଯାତ୍ରା ନିଷେଧ।
ତୁଳା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ। ସୁଖୀ ହେବେ।
ବିଛା: ଘାତଚନ୍ଦ୍ର ଭୋଗ ହେତୁ ଯାନ-ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିଶୋଧ ପରାୟଣ ହେବେ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ମିଳିପାରେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ।
ଧନୁ: କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହେବେ। ନାନା ଶାସ୍ତ୍ର ଅଧ୍ୟୟନ କରିପାରନ୍ତି। ଅର୍ଥ ପ୍ରାପ୍ତିର ମାର୍ଗ ଉନ୍ମମୁକ୍ତ ରହିଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ। ବିଭିନ୍ନ ଦିଗରୁ ପ୍ରଚୁର ଅର୍ଥ ମିଳିବ।
ମକର: ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଯାନବାହାନ ସୁଖ ମିଳିପାରେ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ମିଳିତ କାର୍ଯ୍ୟରେ ସଫଳ ହେବେ।
କୁମ୍ଭ: ଆଶା କରୁଥିବା ପଦାର୍ଥ ଓ କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବେ। ବିବାଦରେ ବିଜୟୀ ହେବେ।
ମୀନ: ସୁଖ-ସନ୍ତୋଷ ଲାଭ କରିବେ। କୌଣସି କାରଣରୁ ବିଷାଦିତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ଧନାଗମର ସୂଚନା ମିଳୁଛି। ଭାଗ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିପାରେ। ନୀତିନିଷ୍ଠ, କୀର୍ତ୍ତିମାନ୍‍ ଓ ସହିଷ୍ଣୁ ହେବେ।

Comments are closed.