ଗୁରୁବାର ରାଶିଫଳ- ୧୮.୦୩.୨୦୨୧

ମେଷ: ଧନବାନ୍‍ ହେବେ। ଅପାରଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହୋଇପାରେ। ବଳବାନ୍‍ ହେବେ। ସ୍ୱାସ୍ଥ୍ୟ ସମ୍ପଦ ଅକ୍ଷୁର୍ଣ୍ଣ ରହିବ। ରୁଚିକର ଭୋଜନ ମିଳିପାରେ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ବୃଷ: ଗୁଣ ପ୍ରୟୋଗରେ ଅନ୍ତରାୟ ଉପୁଜି ପାରେ। ମିତ୍ରମାନେ ସ୍ୱାର୍ଥବାଦୀ ହୋଇ କରଛଡ଼ା ଦେଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜି ପାରେ, ଶତ୍ରୁମାନେ ପିଛା କରିପାରନ୍ତି। କ୍ରୋଧ ସମ୍ବରଣ କରି ସହିଷ୍ଣୁ ହେଲେ ସର୍ବ ଶୁଭ ହୋଇପାରେ।
ମିଥୁନ: ମନ ପ୍ରସନ୍ନ ରହିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ଉପଭୋଗ କରିପାରନ୍ତି। କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିବାରେ ପାରଙ୍ଗମ ହେବେ। ଭୋଗ ବିଳାସ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିପାରେ।
କର୍କଟ: ସ୍ୱକର୍ମ ପାଇଁ ପ୍ରଶଂସିତ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁ କିଛି ମିଳିବ। ବିବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ଗୁଣର ଆଧାର ହେବେ।
ସିଂହ: ଧନାଢ଼୍ୟ ହେବାର ସୂଚନା ମିଳୁଛି। ମହିଳାଙ୍କର ଉନ୍ନୟନ କାର୍ଯ୍ୟରେ ସାମିଲ ହୋଇ ସେମାନଙ୍କର ପ୍ରିୟ ପାତ୍ର ହୋଇପାରନ୍ତି। ପାରିବାରିକ ଓ ଦାମ୍ପତ୍ୟ ସୁଖ ମିଳିବ। ବିଚାରବନ୍ତ ହେବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।
କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। ଚୌର ଭୟ ଅଛି। ଶତ୍ରୁମାନେ ବଳବାନ୍‍ ହୋଇପାରନ୍ତି। ସରକାରଙ୍କ କୋପ ଦୃଷ୍ଟି ପଡ଼ି ପାରେ। ମନ ଅସ୍ଥିର ରହିବ। ଭାଗ୍ୟବାନ୍‍ ହେବେ। ଅସାଧୁ ଓ ଦୁଷ୍ଟଙ୍କୁ ଦମନ କରିବେ।
ତୁଳା: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ବାଣିଜ୍ୟ କାରବାର ଉତ୍ତମ ମାନର ହେବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବେ। ସ୍ୱର୍ଣ୍ଣାଦି ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ମିଳିବ।
ବିଛା: ଶତ୍ରୁମାନେ ବଳବାନ୍‍ ଥିବାରୁ ଅତି ସତର୍କତାରେ ଚଳିବାକୁ ପଡ଼ିବ। ବନ୍ଧୁ ସହାୟତା ପାଇ ଶତ୍ରୁ ସହିତ ମୁକାବିଲା କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ଉଚ୍ଚ ସମ୍ମାନ ମିଳିବ। ପରାକ୍ରମଶାଳୀ ହୋଇପାରନ୍ତି। ବହୁ ଲୋକଙ୍କ ପୋଷକ ହେବା ଆଶା କରାଯାଏ।
ଧନୁ: ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ମୁକ୍ତା ପ୍ରାପ୍ତିର ସୁଯୋଗ ଅଛି। କାଷ୍ଠ, ଲୌହ, ତୃଣ, ଅଙ୍ଗାର, ପ୍ରସ୍ତର ପ୍ରଭୃତିର ବ୍ୟବସାୟ ଲାଭଜନକ ହେବ। ନିଜ ଅଞ୍ଚଳ ବ୍ୟତୀତ ଅନ୍ୟତ୍ର ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ।
ମକର: କୃଷି କ୍ଷେତରୁ ଲାଭବାନ୍‍ ହୋଇପାରନ୍ତି। ଯାନାବାହନ ସୁଖ ମିଳିପାରେ। ସୁଖ ଭୋଗ କରିପାରନ୍ତି। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି। ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ୍‍ ହେବେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ।
କୁମ୍ଭ: ବେଦ ପ୍ରଥାବଲମ୍ବି ହେବେ। ବୀରକର୍ମା ହୋଇପାରନ୍ତି। ଧାର୍ମିକ ହେବେ। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ସଫଳତା ପାଇବେ।
ମୀନ: କାର୍ଯ୍ୟ ବିଳମ୍ବିତ ହେଲେ ବି ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ।

Comments are closed.