ଗୁରୁବାର ରାଶିଫଳ – ୨୫.୦୨.୨୦୨୧

ମେଷ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଯୋଗୁଁ ବାଦ ବିବାଦର ସମ୍ମୁଖୀନ ହୋଇପାରନ୍ତି। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମମାନର ହେବ।
ବୃଷ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଉପଲବ୍ଧି ହେବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସମର୍ଥ ହେବେ।
ମିଥୁନ: ଲୋଭଗ୍ରସ୍ତ ହୋଇପାରନ୍ତି। ଅନୁତପ୍ତ ହେବେ। ସହନଶୀଳ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ବ୍ୟବସାୟ ସୁରୁଖୁରୁରେ ଚାଲିବ। ଦାମ୍ପତ୍ୟ ସୁଖ ମିଳିବ। ଧର୍ମାସକ୍ତ ଓ ମତିମାନ୍‌ ହୋଇପାରନ୍ତି।
କର୍କଟ: ନିର୍ଭଶୀଳ ନ ହୋଇ ସ୍ବାଧୀନଚେତା ଭାବେ କାର୍ୟ୍ୟ କରିବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସ୍ବାସ୍ଥ୍ୟ ଅତୁଟ ରହିବ। ସୁଚିନ୍ତିତ ବର ପ୍ରଦାନ କରିବେ।
ସିଂହ: କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଧର୍ମ ଭାବନା ସକ୍ତ ହେବେ। ଖର୍ଚ୍ଚ ପରିମାଣ ଅତ୍ୟଧିକ ହୋଇପାରେ। କୀର୍ତ୍ତିମାନ୍‌ ହେବେ। ମତିଯୁକ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ବନ୍ଧୁ ବିରୋଧରେ ସମ୍ମୁଖୀନ ହେବେ।
କନ୍ୟା: ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସମ୍ବାଦ ପାଇ ଯତ୍ନବାନ୍‌ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସରକାରୀ କୃପା ମିଳିବ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସୁଖୀ ହେବେ।
ତୁଳା: କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଶୁଭଖବର ପାଇ ଭାବବିହ୍ବଳ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରିପାରନ୍ତି ଓ ତା’ର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ।
ବିଛା: ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ। ସ୍ବାସ୍ଥ୍ୟ ଅତୁଟ ରହିବ। ଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ମହିଳା ଗୋଷ୍ଠୀଙ୍କୁ ସହାୟତା ଦେଇ ପ୍ରଶଂସାର ପାତ୍ର ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ଧନୁ: ଶତ୍ରୁମାନେ ବଳବାନ୍‌ ହେଲେ ବି ଧର୍ମବଳ ପର୍ୟ୍ୟାପ୍ତ ଥିବାରୁ କିଛି କ୍ଷତି ହେବ ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। ଉଚ୍ଚସ୍ଥାନ ଆରୋହଣ ଜଳଯାତ୍ରା ନ କରିବା ଭଲ ହେବ।
ମକର: ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ୟ୍ୟ ପାଇଁ ସମୟ ବଳବାନ୍‌ ହୋଇପାରେ। ଆନନ୍ଦ ଉପଭୋଗ କରିବେ। ସୁଖାଦ୍ୟ ମିଳିପାରେ।
କୁମ୍ଭ: କ୍ରିୟାଶୀଳ ହୋଇପାରନ୍ତି। ଶତ୍ରୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଶୁଭକାର୍ୟ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ଅଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ମୀନ: ବିଚାର ବିମର୍ଶ କରି କାର୍ୟ୍ୟ କଲେ ସଫଳତା ନିଶ୍ଚିତ ମିଳିବ। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

Comments are closed.