ଗୁରୁବାର ରାଶିଫଳ ୧୨.୧୧.୨୦୨୦

ମେଷ: କର୍ମତତ୍ପର ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦେବ ଦର୍ଶନ କରିପାରନ୍ତି। ସାମାନ୍ୟ ଅସୁସ୍ଥ ରହିବା ଆଶାକରାଯାଏ।
ବୃଷ: ନିଧିପ୍ରାପ୍ତ ହୋଇପାରନ୍ତି। ଚିତ୍ତ ସନ୍ତୁଷ୍ଟ ରହିବ। ବହୁ ସୁଖର ଅଧିକାରୀ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ୱୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ନିର୍ଭୟରେ କାର୍ଯ୍ୟ କରିବେ। ସ୍ଥିତପ୍ରଜ୍ଞ ହେବେ।
ମିଥୁନ: ହସ ଖୁସିରେ ଦିନଟି ଅତିବାହିତ ହେବ। ଜନସାଧାରଣଙ୍କ ସ୍ନେହ, ଶ୍ରଦ୍ଧା ଲାଭ କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ। ପାରିବାରିକ ସୁଖ ମିଳିବ। କୁଳ ପ୍ରଧାନ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ।
କର୍କଟ: କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ମନରେ ସେବା ଭାବନା ରହିବ। ପୂଜାର୍ଚ୍ଚନାରେ ନିୟୋଜିତ ହେବେ। ପାରିବାରିକ ସୁଖ ସମୃଦ୍ଧି ଆଶା କରାଯାଏ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ସର୍ବାଙ୍ଗୀନ ଉନ୍ନତି ହେବ।
ସିଂହ: କାର୍ଯ୍ୟ ବିଳମ୍ବିତ ହୋଇପାରେ। ଜିତେନ୍ଦ୍ରିୟ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପ୍ରବଳ ପରାକ୍ରମୀ ହେବେ। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିପାରନ୍ତି। ଜନବଲ୍ଲଭ ହେବେ। ଉତ୍ତମ ମିତ୍ର ଅଥବା ପୁତ୍ର ଲାଭ ହୋଇପାରେ। ଧନ ବାହନ ଓ ଉତ୍ତମଭାଷାଯୁକ୍ତ ହେବେ।
କନ୍ୟା: ସୁଖ-ସମ୍ମାନ ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ସାଧନାରେ ସିଦ୍ଧିଲାଭ କରିବେ। ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଧାରଣାରେ ରହିବେ। ଶ୍ରେଷ୍ଠ ପଦପଦବୀଯୁକ୍ତ ହୋଇପାରନ୍ତି।
ତୁଳା: ଆଶା କରୁଥିବା କାର୍ଯ୍ୟଟି ହାତକୁ ଆସିବ। ଉପକାରୀ ନିକଟରେ କୃତଜ୍ଞ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି।
ବିଛା: କାର୍ଯ୍ୟକ୍ଷେତ୍ରରେ ଅଧିକ ଉତ୍ସାହିତ ହୋଇପାରନ୍ତି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଧନାଗମର ସୂଚନା ମିଳୁଛି। ଚିନ୍ତାଧାରା ସନ୍ମାର୍ଗୀ ହେବ। ହର୍ଷଯୁକ୍ତ ହେବେ। ଭାଷାମଧୁର ହୋଇପାରେ।
ଧନୁ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଆମୋଦ ପ୍ରମୋଦ ସହିତ ବିଳାସ ବ୍ୟସନ ଯୋଗ ରହିଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସର୍ବ ଜନାନୁରକ୍ତ ହୋଇପାରନ୍ତି। ଧନାଗମ ହେବ।
ମକର: ସେବା ପୂଜାରେ ନିମଗ୍ନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ଭ୍ରାତୃଭାବ ଅତୁଟ ରହିବ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି।
କୁମ୍ଭ: ସନ୍ମାର୍ଗୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ସକଳ ଗୁଣର ଅଧିକାରୀ ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କତା ଜରୁରୀ।
ମୀନ: ଭ୍ରମଣ ଯୋଗ ଅଛି। ସୁଖ ସନ୍ତୋଷ ମିଳିବ। ସୁସ୍ଥ ରହିବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ପ୍ରଭୂତ ସୁଖର ଅଧିକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭ୍ରାତୃଭାବ ଅତୁଟ ରହିବ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।

Comments are closed.