ଗୁରୁବାର ରାଶିଫଳ (୨୪-୧୨-୨୦୨୦)

ମେଷ: ଦେବୀ ଦର୍ଶନ ଶୁଭଦାୟକ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସ୍ବଳ୍ପ ପରିମାଣ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ମହତ ହେବ। ନୂଆ ବନ୍ଧୁ ଜୁଟିବେ।

ବୃଷ: ମାନସିକ ସ୍ତରରେ ଦୁର୍ବଳତା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ​‌ ନେଇ ନିରବ ଦର୍ଶକ ସାଜି ପାରନ୍ତି। ସ୍ବଭାବ କଠିନ ହୋଇପାରେ। ଶୁଦ୍ଧପୁତ ଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

ମିଥୁନ: ମାନ୍ୟତାର ଅଭିବୃଦ୍ଧି ଘଟାଇ ପାରନ୍ତି। ଆୟ ଉତ୍ତମ ଧରଣର ହେବ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: ପଶ୍ଚାତ୍‌ପଦ ନ ହୋଇ ଅଗ୍ରଗାମୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ରହିଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ସିଂହ: ଅସୁବିଧାରେ ପଡ଼ିଥାଇ ମଧ୍ୟ ସୁବିଧା ହାସଲ କରିପାରନ୍ତି। ସେବା ପୂଜାରେ ନିୟୋଜିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିପାରନ୍ତି। ଭକ୍ତି ଗାଥା ଶୁଣିବେ।

କନ୍ୟା: ଘାତଚନ୍ଦ୍ର ସହିତ ଅଷ୍ଟମ ଚନ୍ଦ୍ର ଯୋଗ ହୋଇଥିବାରୁ ଦିନସାରା ଖୁବ୍‌ ସତର୍କତାର ସହିତ ଚଳିବାକୁ ପଡ଼ିବ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଚାକିର କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି।

ତୁଳା: ଅର୍ଥ ପ୍ରାପ୍ତି ନିମନ୍ତେ ବୁଦ୍ଧିବଳ ପ୍ରୟୋଗ କରିବା ସହିତ ବଳ କଷାକଷି ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ବିଛା: ଲୋକମାନଙ୍କର କଲ୍ୟାଣ ଭାଜନ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।

ଧନୁ: ଚିନ୍ତାଗ୍ରସ୍ତ ହେବେ। ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁ ସନ୍‌ମାର୍ଗୀ ହେବେ। ଧର୍ମମାର୍ଗରେ ଚଳିବେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ।

ମକର: ଈର୍ଷା ପରାୟଣ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ାର ମୂଲ୍ୟ ମିଳିବ। ତେଜୀୟାନ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ଦ୍ରବ୍ୟ ଲାଭ ହୋଇପାରେ।

କୁମ୍ଭ: ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ସ୍ତରରୁ ଧନଲାଭର ସୂଚନା ମିଳୁଛି।

Comments are closed.