ଗୁରୁବାର ରାଶିଫଳ (୩୦.୦୭.୨୦୨୦)

ମେଷ: ହେଳା କଲେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ହୋଇ ପାରନ୍ତି। ସାମୟିକ ଭାବେ ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବାର ଆଶଙ୍କା ଅଛି। ଗୁଣବାନ୍ ଓ ନୀତିନିଷ୍ଠ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ଓ ଚତୁର ହୋଇ ପାରନ୍ତି।
ବୃଷ: ଆମୋଦପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମ ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ମିଥୁନ: କର୍ମ ଷେତ୍ରରେ ମାର୍ଗ ଉନ୍ମୁକ୍ତ ରହିଛି। ଦୁଃସାହସିକ ପଦଷେପ ନେଇ କାର୍ୟ୍ୟ କରିବେ ଓ ସଫଳ ହେବେ। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ମିଳିବ। ଋଣ ପରିଶୋଧ କରିପାରନ୍ତି।
କର୍କଟ: ଶୁଭ ଖବର ପାଇ ଖୁସି ହେବେ । ପଢ଼ା ପଢ଼ିରେ ମନ ନିବେଶ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶ୍ରେଷ୍ଠ ମାନ୍ୟତା ମିଳିବ। ଧନ ଓ ପୁଣ୍ୟ କ୍ଷୀଣ ହେବାର ସମ୍ଭାବନା ଅଛି। ଦିନଟି ମଧ୍ୟମ ଧରଣର।
ସିଂହ: କାର୍ୟ୍ୟ କଷ୍ଟସାଧ୍ୟ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଉତ୍ତମ ମିତ୍ରଙ୍କ ସହଯୋଗ କିମ୍ବା ସୁପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ବାକ୍ ପଟୁ ହୋଇପାରନ୍ତି।
କନ୍ୟା: ଦେଇଥିଲେ ପାଇବେ ନିଶ୍ଚୟ। ବ୍ୟବସ୍ଥାର ସମ୍ମୁଖୀନ ହେବେ। କର୍ମ ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଆର୍ଥିକ ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।
ତୁଳା: ଲୋକ ସଂପର୍କ ବୃଦ୍ଧି ପାଇବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ଶଙ୍କାହୀନ ହୋଇପାରନ୍ତି। ମନରେ ଗର୍ବ ଭାବ ବହନ କରିପାରନ୍ତି। ସ୍ତ୍ରୀ, ପୁତ୍ର ହେତୁକ ସମୟେ ସମୟେ ଚିନ୍ତିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।
ବିଛା: ଭଲ ଆୟ ହେବ। ସୁଖ-ସମ୍ମାନ ଲାଭ କରିବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚିନ୍ତା ଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି।
ଧନୁ: ଶାସ୍ତ୍ର ପଟୁ ହେବେ। ଜନସମାଜର ପୂଜ୍ୟ ହୋଇପାରନ୍ତି। ପର ଉପକାର କରିବାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରୁ ଦୂରେଇ ରହିବ ଆପଣଙ୍କ ପକ୍ଷେ ଭଲ ହେବ। ମଧୁର ଭାଷାରେ ପରକୁ ଆପଣାର କରିବେ।
ମକର: ଆୟ ଉତ୍ତମ ଧରଣର ହେବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜକୃପା ମିଳିବ। କାର୍ୟ୍ୟ ସଫଳ ହେବ।
କୁମ୍ଭ: ନୂଆ କିଛି କରିବାରେ ଉଦଯୋଗୀ ହେବେ। କର୍ମଚଞ୍ଚଳ ରହିବେ। ଶୁଭଖବର ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। କାର୍ୟ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ୟ୍ୟ କରଣୀୟ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମୀନ: ସମସ୍ୟାର ସମାଧାନ ହେବ। ଆଗକୁ ବଢ଼ିବା ପାଇଁ ମାର୍ଗ ଉନ୍ମୁକ୍ତ ରହିବ। କାର୍ୟ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟିବା ସହା ଏହାର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ କୌଶଳ ପ୍ରୟୋଗ କରି ବିଜୟୀ ହେବେ।

Comments
Loading...