ଗୁରୁବାର ରାଶିଫଳ

ମେଷ: କୃଷି କାର୍ଯ୍ୟରୁ ସାମାନ୍ୟ ଲାଭ ମିଳିବ। ସ୍ୱାଧୀନ ଭାବେ କିଛି କରିବାକୁ ସକ୍ଷମ ନ ହୋଇ ପରାଶ୍ରୟ ହୋଇପାରନ୍ତି। ହଠାତ୍‍ କିଛିଧନ ମିଳିପାରେ। ସେବା ଭାବନା ଜାଗ୍ରତ ହେବ। କୀର୍ତ୍ତିମାନ୍‍ ହେବେ। ମନ ପ୍ରଫୁଲ୍ଲ ରହିବ। ରୂପବାନ୍‍ ହେବେ।
ବୃଷ: କର୍ମକ୍ଷେତ୍ର ଉଳମୟ ହେବ। ସାଧନାରେ ସିଦ୍ଧି ଲାଭ କରିବେ। ବହୁ ଶୁଭଫଳ ଆଶାକରାଯାଏ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମିଥୁନ: ଅଯଥାରେ ଅପବ୍ୟୟ ହେବ। ସାଙ୍ଗ-ସାଥିମାନେ କରଛଡ଼ା ଦେଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସାମାନ୍ୟ ଘଟଣାରେ କ୍ରୋଧଯୁକ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ମିଷ୍ଟଭାଷୀ ହୋଇପାରନ୍ତି।
କର୍କଟ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରୀତିଭୋଜନ ମିଳିପାରେ। ଦେବ ମନ୍ଦିରରେ ପୂଜାର୍ଚ୍ଚନା କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହେବେ। ଗୁଣବାନ୍‍ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି।
ସିଂହ: ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ। ଆୟ ଉତ୍ତମ ଧରଣର ହେବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ମନସ୍କାମନା ପୂରଣ ହେବ। ବିବାଦରେ ବିଜୟୀ ହେବେ। ସରକାରୀ ଧନ ମିଳିପାରେ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି।
କନ୍ୟା: ଭ୍ରମଣ ଆପଣଙ୍କ ପାଇଁ ସୁଖଦାୟକ ହେବ। ଜନୈକ ମହିଳାଙ୍କ ସହାୟତାରୁ ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁନାଶ କରିପାରନ୍ତି। ମାତ୍ର ବହୁକଷ୍ଟରେ। ଅଧିକାର ପ୍ରାପ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ରହିବେ।
ତୁଳା: କାର୍ଯ୍ୟରେ ଆଂଶିକ ସଫଳତା ମିଳିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତତା ଅନୁଭବ କରିବେ। ପରଧନରେ ଧନୀ ହୋଇପାରନ୍ତି। ମହିଳାମାନଙ୍କ ମନୋରଞ୍ଜନକାରୀ ହେବେ। ରସିକ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବିଛା: ଚେଷ୍ଟା ଫଳଦାୟକ ହେବ। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିବେ। ଦାନ-ପୁଣ୍ୟରେ ଇଚ୍ଛାପ୍ରକାଶ କରିବେ। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
ଧନୁ: ବିଘ୍ନକାରୀ ଶତ୍ରୁମାନଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ ପଡ଼ିବ। ଯଶସ୍ୱୀ ହେବେ। ବ୍ୟବହାର କୁଶଳତନା ଯୋଗୁଁ ସର୍ବମାନ୍ୟ ହୋଇପାରନ୍ତି। କଳ କୌଶଳ ପ୍ରୟୋଗ କରି ଓ ଅମୃତ ବାଣୀରେ ବଶ କରି କାର୍ଯ୍ୟ ହାସଲ କରିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ମକର: ଏକାଧିକ ସ୍ତରରୁ ସହଯୋଗ ମିଳିବ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି। ସନ୍‍ମାର୍ଗୀ ହେବେ। ବିନୟ ଭାବ ପ୍ରକାଶ କରିବେ। ଧନାଗମର ସୂଚନା ମିଳୁଛି।
କୁମ୍ଭ: ବନ୍ଧୁଙ୍କ ପ୍ରତି ମନରେ ସନ୍ଦେହ ସୃଷ୍ଟି ହୋଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଧନାଗମର ସୂଚନା ମିଳୁଛି। ଦେବ, ଦ୍ୱିଜ ଭକ୍ତ ହୋଇପାରନ୍ତି। ସୌଭାଗ୍ୟ ସମ୍ପନ୍ନ ହେବେ। ସମ୍ମାନିତ ହେବେ। ଧନଯୁକ୍ତ ଓ ପୂଜା କାର୍ଯ୍ୟରେ ନିରତ ହେବେ।
ମୀନ: ନିଜକୁ ଅସହାୟ ମନେ କରିପାରନ୍ତି। ଅୟାଜିତ ସାହାଯ୍ୟ ମିଳିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ତ୍ତବ୍ୟ ନିଷ୍ଠ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରମୋଦ, ବିଳାସ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Comments are closed.