ଗୁରୁବାର ରାଶିଫଳ ( ୦୬. ୦୨. ୨୦୨୦ )

ମେଷ: ଯାହା କରନ୍ତୁ ନା କାହିଁକି ସଫଳତା ନିଶ୍ଚିତ ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ୍‌ ଚିନ୍ତାରେ ମଗ୍ନ ହୋଇପାରନ୍ତି। ଦେବ ଦର୍ଶନ କରି ସୁଖ ଅନୁଭବ କରିବେ। ସରକାରୀ କାର୍ଯ୍ୟରେ ଲାଭବାନ୍‌ ହେବେ।

ବୃଷ: କାର୍ଯ୍ୟ କରିବା ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟରେ ସଫଳତା ଲାଭ କରିବେ ଓ ଶୀର୍ଷକୁ ଉଠି ପାରନ୍ତି। ତ୍ୟାଗପୁତ ମନୋଭାବ ଗ୍ରହଣ କରିପାରନ୍ତି। ନୀତିଜ୍ଞ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ଓ କୀର୍ତ୍ତିମାନ୍‌ ହେବେ।

ମିଥୁନ: ରୋଜଗାରକ୍ଷମ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

କର୍କଟ: ହାତରୁ ଖସିଗଲେ ପ୍ରମାଦ ପଡ଼ିପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହି ନିରବ ଦର୍ଶକ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସରଳ ପ୍ରକୃତି ଖର୍ଚ୍ଚାନ୍ତର କାରଣ ହେବ।

ସିଂହ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସମ୍ମାନିତ ହେବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମଧରଣର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପା ପାତ୍ର ହେବେ।

କନ୍ୟା: ଘାତଚନ୍ଦ୍ର ଥାଇବି, ଧର୍ମ-କର୍ମ ସଂପାଦନ କରିପାରନ୍ତି। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦୀର୍ଘଦିନ ହେବ ଲାଗି ରହିଥିବା ବିବାଦରେ ବିଜୟୀ ହେବେ।

ତୁଳା: ଘାତବାର ଥିବାରୁ ଦେବଦର୍ଶନରେ ସମସ୍ତ କଳ୍ମଶ ଦୂର ହେବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଚାଲି ଚରଣରେ ପରକୁ ଆପଣାର କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତାର ସଦ୍‌ବ୍ୟବହାର କରିବେ। ଭକ୍ତିଗାଥା ଶ୍ରବଣ କରିବେ।

ବିଛା: କାର୍ଯ୍ୟରେ ସାମୟିକ ଭାବେ ମାନ୍ଦାବସ୍ଥା ସୃଷ୍ଟି ହୋଇପାରେ। ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ଧନୁ: ବାରମ୍ବାର ଚେଷ୍ଟା କଲେ ସଫଳତା ପାଇବେ। ବନ୍ଧୁ ମିଳନ ଘଟିପାରେ। କାର୍ଯ୍ୟରେ ସଫଳ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ସ୍ଥିିତିରେ ଅଛି। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।

ମକର: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ସାମୟିକ ଭାବେ ଶତ୍ରୁର ଉପସ୍ଥିତି ନେଇ ମନରେ ଭୟ ଉପୁଜି ପାରେ। ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ।

କୁମ୍ଭ: ପଢ଼ା ପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦିନଟି ଭିତରେ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୃଷି କର୍ମପ୍ରତି ଧ୍ୟାନ ଦେଇପାରନ୍ତି।

ମୀନ: ଅତି ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଠାରୁ ବିରୋଧାଭାଷ ଶୁଣାଯିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କ୍ଷେତରୁ ଆମଦାନୀ ଦ୍ରବ୍ୟ ଆପଣଙ୍କୁ ଧନୀ କରି ଗଢ଼ି ତୋଳିବ। ଉଦାର ସ୍ୱଭାବର ହୋଇପାରନ୍ତି। ଧର୍ମ କର୍ମ ସମ୍ପାଦନ କରିବେ।

Comments are closed.