ଗୁରୁବାର ରାଶିଫଳ ୨୫.୧୧.୨୦୨୧

ମେଷ: ଖାଦ୍ୟ, ପେୟ ସୁଖକର ହେବ। ନିଜ ବଳାର୍ଜିତ ଧନରେ ଧନୀ ହୋଇପାରନ୍ତି। ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ବିନୀତ ସ୍ବଭାବର ହେବେ। ଚତୁର ଓ ନୀତିନିଷ୍ଠ ହେବେ।
ବୃଷ: କାବ୍ୟ, କବିତାର ରଚନାରେ ପାରଙ୍ଗମ ହେବେ। ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ବ୍ରାହ୍ମଣମାନଙ୍କର ଅନୁରକ୍ତ ହେବେ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
ମିଥୁନ: ଆଶାବାଦୀ ହେବେ। ପତ୍ନୀଙ୍କଠାରୁ ଧନପ୍ରାପ୍ତ ହେବେ। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟର ଅଧିକାରୀ ହେବେ। ସାଧୁ କଲ୍ୟାଣ ଲାଭ କରିବେ। ପରାମର୍ଶଦାତା ହେବେ। ସୁକୃତୀ ସମ୍ପନ୍ନ ହୋଇପାରନ୍ତି।
କର୍କଟ: ମେଧାବୀ ହେବେ। କ୍ଷିପ୍ର ଗତିଶୀଳ ହୋଇପାରନ୍ତି। ସୁକର୍ମା ହେବେ। ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଗୁପ୍ତ ଧନଯୁକ୍ତ ହୋଇପାରନ୍ତି। ଶତ୍ରୁଘାତୀ ହେବେ। ଭଲ ରୋଜଗାରୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ସିଂହ: ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହେବେ। କୃଷିରୁ ଲାଭବାନ୍‌ ହେବେ। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। କର୍ମଚଞ୍ଚଳ ରହିବେ। ସାଙ୍ଗଠନିକ କାର୍ଯ୍ୟର ଦାୟିତ୍ବ ଓ ନେତୃତ୍ବ ନେଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
କନ୍ୟା: ବହୁ ଉପାୟରେ ଧନ ଲାଭ କରିପାରନ୍ତି। ଶାସ୍ତ୍ରାଦି ଆଲୋଚନାରେ ଅଂଶୀଦାର ହେବେ। ବିନୟ ସ୍ବଭାବର ହେବେ। ସାଧୁନୀତି ଅବଲମ୍ବନ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଅଛି।
ତୁଳା: ବାଣିଜ୍ୟ କାରବାର ଲାଭଦାୟକ ହେବ। ଧର୍ମାବଲାମ୍ବୀ ହୋଇପାରନ୍ତି। ସୁଜନ ଓ ପରପୋକାରୀ ହେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। କର୍ମକ୍ଷେତ୍ର ଉଳମୟ ହେବ। ବିବାଦରେ ବିଜୟୀ ହେବେ।
ବିଛା: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାପନ୍ନ ହେବେ। ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରତିଯୋଗିତାରେ ବିଜୟୀ ହେବେ। ସତ୍ୟ ଧର୍ମଭାବାପନ୍ନ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ଧନୁ: ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟର ଅଧିକାରୀ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିବ। ରାଜପ୍ରାସାଦ ହେତୁକ ସୁଖ ଓ ଐଶ୍ବର୍ଯ୍ୟ ଭୋଗ କରିପାରନ୍ତି। ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମକର: ଦାମ୍ଭିକ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। ସ୍ବକର୍ମ ଫଳଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରତିଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
କୁମ୍ଭ: କ୍ରୋଧ ସମ୍ବରଣ କଲେ ଶୁଭଫଳ ପ୍ରାପ୍ତ ହେବେ। ଧନ ହେତୁ, ପ୍ରଜାଲାଗି, ଜଳାମୟାଦି ଓ ଭୂମିହେତୁ ଶତ୍ରୁତା ଉପୁଜିପାରେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିପାରନ୍ତି।
ମୀନ: ପୁତ୍ରମାନେ ପତ୍ନୀମାନଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ବିଳାସୀ ହେବେ। ସତ୍‌ପଥ ଅନୁସରଣ କରିବେ। ଜ୍ଞାନ-ଗରିମାଯୁକ୍ତ ହେବେ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର ପାଇଁ ସୁଖୀ ହେବେ।

Comments are closed.