ଗୁରୁବାର ରାଶିଫଳ ୩୦.୦୯.୨୦୨୧

ମେଷ: ସବୁ କାର୍ଯ୍ୟରେ ସଫଳତା ଲାଭ କରିବେ। ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିପାରେ। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସର୍ବ ସୁଖ ମିଳିବ। ମିତ୍ର ସୁଖ ମିଳିବ। ଶତ୍ରୁକୁ ପରାଜିତ କରି ବିଜୟୀ ହେବେ।

ବୃଷ: ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ସଙ୍ଗୀତପ୍ରିୟ ହେବେ। ସୁଶୀଳ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ସାଧୁମାନଙ୍କର ହିତୈଷୀ ହୋଇପାରନ୍ତି। ହୃଷ୍ଟ ଚିତ୍ତ ହୋଇପାରନ୍ତି।

ମିଥୁନ: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ସୁସ୍ବାଦୁ ଭୋଜନ ମିଳିବ। ବିନୟୀ ଭାବାପନ୍ନ ହେବେ। ପରାମର୍ଶଦାତା ହେବେ। ଲୋକପୂଜ୍ୟ ହୋଇପାରନ୍ତି।

କର୍କଟ: ମିତ୍ର, କ୍ଷେତ୍ର, ଉତ୍ତମ ବାହାନ ଓ ନାନା ସୁଖ ଭୋଗ କରିବେ। ଦେବ ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ଗ୍ରାମବାସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଖାଦ୍ୟପେୟରେ ଅର୍ଥ ବ୍ୟୟ କରିପାରନ୍ତି।

ସିଂହ: ବ୍ୟାୟାମ ଶିକ୍ଷା ଦେଇ ଧନ ଆହରଣ କରିପାରନ୍ତି। ଦେଶାନ୍ତରରୁ ଧନ ଆସିପାରେ। ରାଜକୋଷ ଅର୍ଥ ମିଳିବାର ସୁଯୋଗ ଅଛି। କାର୍ଯ୍ୟ କଷ୍ଟପ୍ରଦ ହେଲେ ବି ତାକୁ ସହଜରେ ସମ୍ପାଦନ କରିପାରିବେ।

କନ୍ୟା: ଶତ୍ରୁ ବିନାଶ କରିପାରନ୍ତି। ଧନ ଭୋଗର ସୁଯୋଗ ଅଛି। ଐଶ୍ବର୍ଯ୍ୟାପ୍ରାପ୍ତ ହେବେ। ତେଜୀୟାନ ହୋଇପାରନ୍ତି। ବାହୁରେ ପୀଡ଼ା ଉପୁଜିପାରେ। ବଂଶମର୍ଯ୍ୟାଦା ରକ୍ଷାକରିବାରେ ପାରଙ୍ଗମ ହେବେ।

ତୁଳା: ପରର ଉପକାର କରି ନିଜକୁ ଧନ୍ୟ ମନେ କରିବେ। ଧାର୍ମିକ ଓ ବିଦ୍ବାନ୍‌ ହେବେ। ଦେବ-ବ୍ରାହ୍ମଣ ସେବାକାରୀ ହେବେ। ଜନାନୁରାଗୀ ଓ ଅଦ୍ଭୁତ କର୍ମୀ ହେବେ। ଉନ୍ନତି ପଥରେ ଆଗକୁ ବଢ଼ିପାରନ୍ତି।

ବିଛା: ଧର୍ମ-ଧାରଣାରେ ବ୍ରତୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଆୟ ଆଶାନୁରୂପ ହେବ। ପରାକ୍ରମଶାଳୀ ହେବେ। ବହୁ ପୋଷକ ହୋଇପାରନ୍ତି। ଯାନ ଚଳାଚଳରେ ସତର୍କ ରହିବା ଶ୍ରେୟସ୍କର ହେବ।

ଧନୁ: ବିଭିନ୍ନ ସ୍ତରରେ ଆଦର-ସମ୍ମାନ ମିଳିବ। ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପତ୍ନୀ ପତିବ୍ରତା ଓ ଉପଯୁକ୍ତ ପରାମର୍ଶଦାତା ହେବେ। ସତ୍‌କର୍ମଯୁକ୍ତ ହେବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି।

ମକର: ବନ୍ଧୁସ୍ନେହୀ ହେବେ। ମନ ପ୍ରସନ୍ନ ରହିବ। ସୁଭାଷୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଧନବାନ୍‌ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ।

କୁମ୍ଭ: ଧର୍ମପରାୟଣ ହୋଇପାରନ୍ତି। ତେଜସ୍ବୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।

ମୀନ: ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। ପତ୍ନୀ ବହୁମୁଖୀ ପ୍ରତିଭା ସମ୍ପନ୍ନ ହେବେ। ଦେବ-ଦ୍ବିଜ ଭକ୍ତ ହୋଇପାରନ୍ତି। କୃଷିଜଗତ ପ୍ରତି ଯତ୍ନବାନ୍‌ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

Comments are closed.