ଗୁରୁବାର ରାଶିଫଳ ୧୬.୦୯.୨୦୨୧

ମେଷ: ଧନବାନ୍‌ ହୋଇପାରନ୍ତି। ମହିଳାମାନଙ୍କ ନେତୃତ୍ବ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ପୁତ୍ର ସୁଖ ମିଳିବ। ସୁଖୀ ହେବେ। ପ୍ରବଳ ପ୍ରତାପୀ ହେବେ। ଜନବଲ୍ଲଭ ହେବେ।
ବୃଷ: ସୁଶୀଳ ହେବେ। ପ୍ରତ୍ୟେକ କାର୍ଯ୍ୟ ସହଜ ଓ ସୁଗମ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁ ବଳାବାନ୍‌ ଥାଇ ବି ପରାସ୍ତ ହେବ; ତଥାପି ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ: ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ବନ୍ଧୁ ସହାୟତା ମିଳିବ। କାର୍ଯ୍ୟରେ ପତ୍ନୀ ସହଯୋଗୀ ହୋଇପାରନ୍ତି। ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣ ପ୍ରାପ୍ତ ହେବ।
କର୍କଟ: ଉତ୍ତମ ମିତ୍ର, କ୍ଷେତ୍ର, ଯାନବାହନ ପ୍ରାପ୍ତି ସହ ନାନା ସୁଖର ଅଧିକାରୀ ହେବେ। ଦେବରାଜା ନିରତ ହେବେ ଓ ନିତ୍ୟାନନ୍ଦ ଭୋଗ କରିବେ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ଋଣ ପରିଶୋଧ କରିବେ।
ସିଂହ: ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶିକ୍ଷିତା ପତ୍ନୀ ତାଙ୍କ ବାପଘରୁ ଧନ ଆଣି ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସନ୍ତାନ ଲାଭର ସୂଚନା ମିଳୁଛି। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।
କନ୍ୟା: ପରଧନରେ ଧନୀ ହୋଇପାରନ୍ତି। ମହିଳାମାନଙ୍କର ପ୍ରିୟପାତ୍ର ହେବେ। ରଜତ ଧନ ଦ୍ବାରା ଧନଶାଳୀ ହେବେ। ରସିକ ଓ ବାଚାଳ ହେବାର ସୂଚନା ମିଳୁଛି। ଭାଗ୍ୟବାନ୍‌ ହେବେ। ଐଶ୍ବର୍ଯ୍ୟଯୁକ୍ତ ହେବେ।
ତୁଳା: ବହୁଗୁଣର ଅଧିକାରୀ ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିବ। ଧନପ୍ରାପ୍ତିର ସୁଯୋଗ ଅଛି। ଶ୍ରେଷ୍ଠ ମାନ୍ୟତା ମିଳିବ। ସମାଜସେବୀ ଓ ପରୋପକାରୀ ହେବେ। ସନ୍ତାନ ସୁଖ ମିଳିବ। ଭାଗ୍ୟଶାଳୀ ହେବେ। ବନ୍ଧୁ ସହାୟତା ମିଳିବ।
ଧନୁ: ଗୁଣଯୁକ୍ତ ହେବେ। ଧନବାନ୍‌ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧାର୍ମିକ ସମ୍ପନ୍ନ, ବ୍ରାହ୍ମଣ ସେବା, ଯଶସ୍ବୀ ଓ ବ୍ରତଧାରୀ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।
ମକର: ନିରୁତ୍ସାହିତ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ସ୍ତ୍ରୀ-ପୁତ୍ର, ପ୍ରୀତିଯୁକ୍ତ ହୋଇପାରନ୍ତି। ସମ୍ମାନିତ ହେବେ। ଧନଯୁକ୍ତ ହେବାର ସୂଚନା ମିଳୁଛି। ମଧୁର କଥା କହି ସମସ୍ତଙ୍କର ପ୍ରିୟଭାଜନ ହେବେ।
କୁମ୍ଭ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣବାନ୍‌ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କୀର୍ତ୍ତିମାନ୍‌ ହେବେ। ଯାନବାହନ ସୁଖ ମିଳିବ। ଲକ୍ଷ୍ୟସ୍ଥଳରେ ଉପନୀତ ହେବେ।
ମୀନ: ସରକାରୀ ଧନ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତିମାନ୍‌ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ। ଆତ୍ମସନ୍ତୋଷ ମିଳିବ।

Comments are closed.