ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

ବାସୁଦେବପୁର : ବାସୁଦେବପୁର ଅଂଚଳରେ ଗୁରୁବାର ବଜ୍ରପାତ ଘଟଣାରେ ପୃଥକ ଭାବେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଦ୍ବୟ ହେଲେ ବିଷ୍ଣୁପଦ ବିଶ୍ବାସ(୪୫) ଓ ମହୁମାତା ହୋତା(୨୭)। ଉଭୟଙ୍କ ଘର କଶିଆ ସାମୁଦ୍ରିକ ଥାନା ବିନୋବାଭାବେ ନଗର ଗ୍ରାମରେ ବୋଲି ଜଣାପଡିଛି। ଗୁରୁତର ରଘୁନାଥ ତରାଇ(୫୫)ଙ୍କ ଘର କରଞ୍ଜିଆଡିଆ ଗ୍ରାମରେ ହୋଇଥିବା ବେଳେ ବଜ୍ରପାତରେ ତାଙ୍କର ଦୁଇ ବଖରା ଘର ଜଳି ଯାଇଛି।

ଅପରାହ୍ଣରେ ବର୍ଷାସହ ବଜ୍ରପାତ ହେଉଥିବାବେଳେ ବିଲରୁ ଫେରୁଥିବା ବିଷ୍ଣୁପଦ ଏହାର ଶିକାର ହୋଇଥିଲେ। ସେହିପରି ମହୁମାତା ଗୋରୁ ବାନ୍ଧୁଥିବାବେଳେ ସଂଜ୍ଞାହୀନ ହୋଇପଡିଥିଲେ। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.