ସତର୍କ ସୂଚନା ; ଏହି ସବୁ ରାଜ୍ୟରେ ହୋଇପାରେ ଝଡ-ତୋଫାନ

ନୂଆଦିଲ୍ଲୀ : ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁର ଅଭ୍ୟନ୍ତରୀଣ ଅଞ୍ଚଳର ପୁଡ୍ଡୁଚେରୀ ଓ କରାୟକଳରେ ଗୁରୁବାର ଝଡ ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉତ୍ତରପୂର୍ବ ରାଜ୍ୟ ନଗାଲ୍ୟାଣ୍ଡ, ମଣିପୁର, ମିଜୋରମ ଏବଂ ତ୍ରିପୁରାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳ ପଶ୍ଚିମବଙ୍ଗ, ବର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ, ଆସମ ଏବଂ ମେଘାଳୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ରାଜ୍ୟ ଗୁଡକରେ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଦକ୍ଷିଣ ହରିୟାଣା ଏବଂ ଦକ୍ଷିଣ ଉତ୍ତରପ୍ରଦେଶରେ ଗରମ ପବନ ଜାରି ରହିବ ।

Comments are closed.