ବଜ୍ରପାତରେ ୪ଜଣ ଆହତ

ବେଗୁନିଆ: ରାଜ୍ୟରେ ରବିବାର ବିଭନ୍ନ ଅଞ୍ଚଳରେ ବଜ୍ରପାତ ହୋଇଛି । ଆଜି ଅପରାହ୍ନ ୫ଟା ସମୟରେ ବର୍ଷା ନ ଥାଇ ବଜ୍ରପାତ ହେବାରୁ ବେଗୁନିଆ କାମନାସାହିର ପ୍ରବାସୀନି ସାହୁ, ଜୟନ୍ତୀ ରାଉତ ଘରେ ଥିବାବେଳେ ସେମାନଙ୍କ ଉପରେ ବଜ୍ରପାତ ହେବାରୁ ସେମାନେ ଆହତ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ । ସେହିପରି ସମ୍ପୃକ୍ତ ସାହିର ମିତାମଣି ସାହୁ ଏହି ବଜ୍ରପାତରେ ଆହତ ହୋଇ ତାଙ୍କର ହାତ କାମ କରୁନଥିବାବେଳେ ଗୋକୁଳାନନ୍ଦ ପୃଷ୍ଟି ଖଣ୍ଡିଆ ଖାବରା ହୋଇଥିବାର ଜଣାପଡିଛି । ଗଣେଶ୍ୱର ସାହୁଙ୍କ ବାଡ଼ିରେ ଥିବା ଏକ ନଡ଼ିଆଗଛ ମଧ୍ୟ ଜଳିଯାଇଛି । ଆହତ ମାନଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି ।

Comments are closed.