ବଜ୍ରାଘାତରେ ୪ ବଳଦ ମୃତ

ଦେବଗଡ: ଦେବଗଡ଼ ଜିଲା ବାରକୋଟ ବ୍ଲକ କେଲଡା ପଞ୍ଚାୟତ ଅନ୍ତର୍ଗତ ସାଲେହି ଗ୍ରାମରେ ସୋମବାର ବଜ୍ରାଘାତରେ ଏକକାଳୀନ ୪ଟି ବଳଦର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଥିଲା। ଏହି କ୍ରମରେ ବାରକୋଟ ବ୍ଲକ କେଲଡା ପଞ୍ଚାୟତ ଅନ୍ତର୍ଗତ ସାଲେହି ଗ୍ରାମରେ ମଧ୍ୟ ଘଡଘଡି ସହ ସାମାନ୍ୟ ବର୍ଷା ହୋଇଥିଲା। ଫଳରେ ସାଲେହି ଗାଁରେ ଚରୁଥିବା ୪ଟି ବଳଦ ନିକଟରେ ଥିବା ଏକ ଘଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ଏହି ସମୟରେ ହଠାତ ବଜ୍ରପାତ ଘଟିବାରୁ ୪ଟି ବଲଦଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ବଳଦ ଗୁଡିକ ମଧ୍ୟରୁ ଗୋଟିଏ ସାଲେହି ଗ୍ରାମର ରବି ମୁଣ୍ଡା,ଗୋଟିଏ ଗଣେଶ ସିଂ,ଗୋଟିଏ ଧନଞ୍ଜୟ ସାହୁଙ୍କର ହୋଇଥିବାବେଳେ ଅନ୍ୟଟି ଇଗ୍ନେଶ ଏକ୍କାଙ୍କର ବୋଲି ଜଣାପଡିଛି।

Comments are closed.