ଋଙ୍ଗରେ ପରିବେଶକୁ ପ୍ରାଧାନ୍ୟ

ଭୁବନେଶ୍ୱର: ସଂପ୍ରତି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସମସ୍ତ ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଆରମ୍ଭ କରିଥିବାବେଳେ ଘରେ ବ୍ୟବହାର କରାଯାଉଥିବା ରଙ୍ଗ ଯେଭଳି ପରିବେଶ ଅଥବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ତିଳେହେଲେ ପ୍ରଭାବ ନପକାଏ, ସେଥିପ୍ରତି ପୂର୍ଣ୍ଣ ସଜାଗ ରହିଛି ଜେଏସଡବ୍ଲୁ ପେଂଟସ । ଏହାର ରଙ୍ଗ ସଂପ୍ରତି ଓଡ଼ିଶା ବଜାରରେ ପ୍ରବେଶ କରିଛି । ଜେଏସଡବ୍ଲୁ ପେଂଟ୍ସ ଏ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ବଜାରରେ ଏକ ଦୃଢ଼ ଉପସ୍ଥିତି ପ୍ରମାଣିତ କରିଛି । ଏହା ବର୍ତମାନ ଏହାର କାର୍ଯ୍ୟକ୍ରମକୁ ଉତ୍ତର, କେନ୍ଦ୍ର ଓ ପୂର୍ବାଂଚଳରେ ପ୍ରସାର କରୁଛି ଓ ଧୀରେ ଧୀରେ ସାରା ଭାରତରେ ଏହାର କାର୍ଯ୍ୟକୁ ପ୍ରସାରିତ କରିବାକୁ ଯାଉଛି । ଓଡ଼ିଶାରେ ପ୍ରବେଶ ସମ୍ପର୍କରେ ସୂଚନା ପ୍ରଦାନ କରି କମ୍ପାନୀର ଉପସଭାପତି ମାର୍କେଟିଂ, ଅନୁରାଧା ବୋଷ କହିଛନ୍ତି, ଏହି ସୁନ୍ଦର ରାଜ୍ୟରେ ପ୍ରବେଶ ସହିତ ଆମେ ଓଡ଼ିଶାର ପ୍ରତ୍ୟେକ ଘରକୁ ଯେକୌଣସି ରଙ୍ଗରେ ରଙ୍ଗାୟିତ କରିବା ଲକ୍ଷ୍ୟ ରଖିଛୁ । ଭାରତରେ ପ୍ରଥମ ଥର ପାଇଁ, ଆମର ଗ୍ରାହକମାନେ ତାଙ୍କର ଘର ପାଇଁ ରଙ୍ଗ ବାଛିବା ସମୟରେ ମୂଲ୍ୟ କ୍ଷେତ୍ରରେ ସ୍ୱଚ୍ଛତାର ଲାଭ ପାଇପାରିବେ । ପରିବେଶ ଉପଯୋଗିତା ଉପରେ ଧ୍ୟାନ ଦେବା ସହିତ, ଆମର ଜଳ ଭିତିକ ରଙ୍ଗର ବର୍ଗମାଳା ସମସ୍ତ ପୃଷ୍ଠ ଭାଗ ପାଇଁ ରହିଛି । କମ୍ପାନୀ ‘ଏନି କଲର ୱାନ୍ ପ୍ରାଇସ’ ସହିତ ସମାନ ମୂଲ୍ୟରେ ୧୮୦୮ ଟି ରଙ୍ଗ ଉପଲବ୍ଧ କରାଉଛି, ଯାହା ଏହି ଉଦ୍ୟୋଗରେ ପ୍ରଥମ ।

Comments are closed.