ତିନି ଆତଙ୍କବାଦୀ ନିପାତ; ୧୧ କର୍ମଚାରୀ ବହିଷ୍କୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ। ଗୁରୁବାର କୁଲଗାମ ଓ ପୁଲୱାମାଠାରେ ୫ ଆତଙ୍କବାଦୀଙ୍କୁ ହତ୍ୟା ପରେ ଶନିବାର ଅନନ୍ତନାଗ ଜିଲା କୱାରିଗାମ ଅଞ୍ଚଳରେ ଗୁଳି ବିନିମୟ ସମୟରେ ଆଉ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କର ପରିଚୟ ଜଣାପଡ଼ି ନାହିଁ। ଆତଙ୍କବାଦୀ ଦମନ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଉପରେ ଲଗାମ ଦେବା ପାଇଁ ଜାମ୍ମୁ-କାଶ୍ମୀର ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ନେଇଛି।
ଦେଶ ବିରୋଧୀ ଗତିବିଧି ଅଭିଯୋଗ ନେଇ ୧୧ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏହି ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ସଲାହୁଦ୍ଦୀନର ୨ ପୁଅ ଅଛନ୍ତି। ଏତଦ୍‌ବ୍ୟତୀତ ଅନନ୍ତନାଗରୁ ୪, ବଡଗାମରୁ ୩, ଶ୍ରୀନଗରରୁ ୨ ଏବଂ ପୁଲୱାମା ଓ କୁପୱାଡାରୁ ଜଣେ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ ନିଷିଦ୍ଧ ଜମାତ ଇସଲାମୀ ଓ ଦୁଖତ୍ବାରନ-ଏ-ମିଲ୍ଲନ ସଂଗଠନ ପାଇଁ ପ୍ରଚାର ଚଳାଇଥିଲେ। ସେହିପରି ଦୁଇ ପୁଲିସ କନଷ୍ଟେବଳ ମଧ୍ୟ ବହିଷ୍କୃତ ହୋଇଛନ୍ତି। ସେମାନେ ଆତଙ୍କବାଦୀଙ୍କ ପାଇଁ ଗୁଇନ୍ଦାଗିରି କରିବା ସହିତ ସହଯୋଗୀଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲେ। ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।

Comments are closed.