ବେଆଇନ ଗୋ-ଚାଲାଣ ଅଭିଯୋଗରେ ୩ ଅଟକ

ବାଲିପାଟଣା/ବନମାଳିପୁର: ଏକ ଡାଲା ଅଟୋରେ ୩ଟି ଗୋରୁ ବାହାରକୁ ଚାଲାଣ ହେଉଥିବାବେଳେ ବଜରଙ୍ଗ ଦଳ ଓ ଆରଏସ୍‌ଏସ୍‌ କର୍ମୀମାନେ ବସନ୍ତମାଳ ଛକରେ ଅଟୋ ଅଟକାଇ ବାଲିପାଟଣା ପୁଲିସକୁ ଖବର ଦେଇଥିଲେ। ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଜବତ କରିବା ସହ ଚାଲାଣ ହେଉଥିବା ୩ଟି ଗୋରୁଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଏହି ବେଆଇନ ଗୋ-ଚାଲାଣରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଏହି ଡାଲା ଅଟୋ ମାଧ୍ୟମରେ ନିୟମିତ ଗୋ-ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଜରଙ୍ଗ ଓ ଆରଏସ୍‌ଏସ୍‌ କର୍ମୀମାନେ ଏହା ଉପରେ ନଜର ରଖିଥିଲେ।

ଶନିବାର ଦିନ ଏହି କର୍ମୀମାନେ ଆଗରୁ ସତର୍କ ରହି ଅଟୋ ଓ ଗୋଚାଲାଣକାରୀଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଏହି ଅଞ୍ଚଳରୁ ଚୋରା ଗୋ-ଚାଲାଣକାରୀ ରାକେଟ ସକ୍ରିୟ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି।

Comments are closed.