ଛତିଶଗଡର କାଙ୍କରରେ ଏସଏସବି-ମାଓବାଦୀ ମୁହାଁମୁହିଁ : ଜଣେ ମହିଳାଙ୍କ ସମେତ ୩ ନକ୍ସଲ ନିହତ

ରାୟପୁର : ଛତିଶଗଡର ବସ୍ତରର କାଙ୍କରରେ ସୋମବାର ଦିନ ସଶସ୍ତ୍ର ସୀମା ବଳ(ଏସଏସବି) ସହିତ ଗୁଳି ବିନିମୟରେ ତିନିଜଣ ମାଓବାଦୀ ନିହତ ହୋଇଛନ୍ତି।  କାଙ୍କେର ଜିଲ୍ଲାର ରାୱାଗତ ପୁଲିସ ଥାନା ଅଞ୍ଚଳରେ ଏସଏସବି ସହ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ମହିଳାଙ୍କ ସମେତ ତିନିଜଣ ନକ୍ସଲ ନିହତ ହୋଇଛନ୍ତି।
ବସ୍ତରର ଆଇଜି ପି ସୁନ୍ଦରରାଜ, କହିଛନ୍ତି ଯେ ଗୁଳି ବିନିମୟରେ ଜଣେ ଏସସିବି ଯବାନ ଆହତ ହୋଇଛନ୍ତି। ତେବେ ସେ ନିରାପଦ ଅଛନ୍ତି। ଘଟଣାସ୍ଥଳରୁ ଏଓଏଲଆର ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅଧିକ ସୂଚନାକୁ ପ୍ରତୀକ୍ଷା  କରାଯାଇଛି।

Comments are closed.