ଝାଡଖଣ୍ଡ : ପୁଲିସ ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ

ରାଞ୍ଚି : ଝାଡଖଣ୍ଡରେ ପୁଲିସ ଏନକାଉଣ୍ଟରରେ ତିନିଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ସିଂହଭୂମ ଜିଲ୍ଲାର ଟାବୋ ପୁଲିସ ଥାନା ଅଧୀନସ୍ଥ ମନମାରୁ ଜଙ୍ଗଲ ଏବଂ ପୋଡେୟାହାଟ ଅଞ୍ଚଳର କେଣ୍ଟାଇ ପାହାଡରେ ପୁଲିସ୍ ବାହିନୀ ସହିତ ମାଓବାଦୀଙ୍କର ମୁହାଁମୁହିଁ ହୋଇଥିଲା । ଏଥିରେ ଝାଡଖଣ୍ଡର ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲଏଫଆଇ)ର ତିନିଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ଜଙ୍ଗଲରେ ପୁଲିସ ବାହିନୀ ସହିତ ଏନକାଉଣ୍ଟର ଜାରି ରହିଛି।
ଅନ୍ୟପକ୍ଷରେ ବୁଧବାର ସୁରକ୍ଷା ବାହିନୀ ଦ୍ୱାରା ଯୋଜନାବଦ୍ଧ ଅପରେସନରେ ପିଏଲଏଫଆଇର ଜୋନାଲ କମାଣ୍ଡର ସଚ୍ଚି ସିଂହଙ୍କ ସମେତ ଦୁଇଜଣ ମାଓବାଦୀଙ୍କୁ ସିମଡେଗା ପୁଲିସ ଗିରଫ କରିଥିଲା। ସିମଡେଗା ଏସପି ସଞ୍ଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Comments are closed.