ରାଜ୍ୟରେ ଆଉ ୩ଟି ସାଇବର ଥାନା ପ୍ରତିଷ୍ଠା ହେବ : ଡିଜିପି

ଭୁବନେଶ୍ୱର : ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା । ମାମଲା ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଥାନା ନାହିଁ । ଏଥିପାଇଁ ରାଜ୍ୟରେ ଆଉ ୩ଟି ସାଇବର ଥାନା ପ୍ରତିଷ୍ଠା ହେବ । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବ । ସାଇବର ଥାନା ବଢିବା ସହ ତଦନ୍ତ ଅଧିକାରୀଙ୍କ ବୃଦ୍ଧି କରାଯିବ । ଏନେଇ ତିନି ଦିନିଆ ସାଇବର ଅଧିକାରୀ ତାଲିମ କାର୍ଯ୍ୟକ୍ରମରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

Comments are closed.